୨୦୧୨ ମେ’ମାସରେ ଗୋଠପାଟଣା ହତ୍ୟାକାଣ୍ଡ ଘଟଣା: ଢେଙ୍କାନାଳ କାମାକ୍ଷାନଗରରେ ପୋଷ୍ଟର ମାରିଲା ଚନ୍ଦକା ପୋଲିସ

କେନ୍ୟୁଜ୍(ବ୍ୟୁରୋ):  ୨୦୧୨ ମେ’ମାସରେ ଗୋଠପାଟଣା ହତ୍ୟାକାଣ୍ଡ ଘଟଣା। ଆଜି ଚନ୍ଦକା ପୋଲିସର ଏକ ୪ ଜଣିଆ ଟିମ୍‌ ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗରରେ ପହଞ୍ଚି ବିଭିନ୍ନ ଗାଁକୁ ଯାଇ ପଚରାଉଚୁରା କରିବା ସହ ପୋଷ୍ଟର ମାରିଛନ୍ତି। ଏହି ଟିମ୍‌ର ନେତୃତ୍ୱ ନେଇଛନ୍ତି ଚନ୍ଦକା ଆଇଆଇସି। ୨୦୧୨ ମେ’ମାସରେ ଚନ୍ଦକା ଥାନା ଗୋଠପାଟଣାର ଏକ ଆମ୍ବ ବଗିଚାର ଏକ ବୁଦାରୁ ମିଳିଥିଲା ଅଚିହ୍ନା ମହିଳାଙ୍କ କ୍ଷତବିକ୍ଷତ ମୃତଦେହ। ମହିଳାଙ୍କ ବୟସ ୨୫ରୁ ୩୦ ହେବ ବୋଲି ଅନୁମାନ କରାଯାଇଥିଲା।

chandka

ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିଥିଲା। ପରେ ଶବ ବ୍ୟବଚ୍ଛେଦ ତାଙ୍କୁ ପଥରରେ ଛେଚି ହତ୍ୟା କରାଯାଇଛି ବୋଲି ଜଣାପଡିଥିଲା। ଆଜି ଯାଏ ଘଟଣାର ରହସ୍ୟ କି ମହିଳାଙ୍କ ପରିଚୟ ମିଳିପାରିନାହିଁ। ମୃତଦେହ ନିକଟରେ ଏକ ପଲିଥିନ୍‌ ବ୍ୟାଗ୍‌ରେ କିଛି ଲୁଗା ଓ କପଡ଼ା ମିଳିଥିଲା। ସେହି ବ୍ୟାଗ୍‌ଟି କାମାକ୍ଷାନଗରର ଏକ ଡ୍ରେସ ଦୋକାନୀଙ୍କର ଥିଲା। ମହିଳାଙ୍କ ଘର କାମାକ୍ଷାନଗର ଅଞ୍ଚଳର ହୋଇଥାଏ ପାରେ ବୋଲି ପୋଲିସ ସନ୍ଦେହ କରୁଛି। ମହିଳାଙ୍କ ସଂପର୍କରେ କିଛି ଜାଣିଥିଲେ ଆଇଆଇସିଙ୍କ ମୋବାଇଲ୍‌ ନମ୍ବର -8280338323 / ୯୪୩୮୮୪୯୯୫୯ କିମ୍ବା ଜୋନ୍‌ ଏସିପି ମୋବାଇଲ୍‌ ନମ୍ବର ୮୨୮୦୩୩୮୨୯୬କୁ ଜଣାଇବାକୁ ପୋଲିସ ପକ୍ଷରୁ କୁହାଯାଇଛି।.

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.