ଦୟାନଦୀ କୂଳିଆ ଗାଁରେ ଆତଙ୍କ : ଝାଡ଼ାବାନ୍ତିରେ ୪ ଜଣଙ୍କ ମୃତ୍ୟୁ, ୭୮ ଜଣ ଆକ୍ରାନ୍ତ

ପୁରୀ: ପୁରୀ ଜିଲ୍ଲା କଣାସରେ ବ୍ୟାପୁଛି ଝାଡ଼ାବାନ୍ତି । ଏଯାଏ ଝାଡ଼ାବାନ୍ତିରେ ୪ଜଣଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ୭୮ ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି । ଦୟାନଦୀର ଜଳ ଭୀଷଣ ପ୍ରଦୂଷିତ ହୋଇଥିବାରୁ ଝାଡ଼ାବାନ୍ତି ବ୍ୟାପିଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । କଣାସ ଅଞ୍ଚଳରେ ଦୟା ପାଣି ବ୍ୟବହାରକୁ ନିଷିଦ୍ଧ କରାଯାଇଛି । ମାତ୍ରାଧିକ ଇ-କୋଲି ଜୀବାଣୁ କଣାସ ଝାଡାବାନ୍ତିର ମୁଖ୍ୟ କାରଣ । ନଦୀ ପାଣି ସମେତ ଏହାର ଅବିବାହିକାରେ ଥିିବା ସମସ୍ତ ଜଳାଶୟକୁ ମାରାତ୍ମକ ଜୀବାଣୁ ମାଡିଯାଇଛନ୍ତି । ଏହାକୁ ବ୍ୟବହାର କରି ଝାଡାବାନ୍ତିରେ ଆକ୍ରାନ୍ତ ହୋଇଥିବା କହିଛି ଜନସ୍ବାସ୍ଥ୍ୟ ବିଭାଗ ।

ଗତ ଡିସେମ୍ବରରେ ଦୟାନଦୀରୁ ସଂଗୃହୀତ ନଦୀଜଳ ନମୁନାରେ ଇ-କୋଲି ଜୀବାଣୁର ସଂଖ୍ୟା ପ୍ରତି ୧୦୦ ମିଲି ପାଣିରେ ୩୩ଶହ ଥିଲା । ତେବେ ସରଦେଇପୁର ନିକଟ ଗେଲପୁର ଅଞ୍ଚଳରୁ ସଂଗୃହୀତ ଜଳ ନମୁନାରେ ଏହି ଜୀବାଣୁର ସଂଖ୍ୟା ପ୍ରତି ୧୦୦ ମିଲିରେ ୩୫ ଶହ । କଣାସ ଉପରମୁଣ୍ଡ ଦୟା-ଗଙ୍ଗୁଆ ସଙ୍ଗମସ୍ଥଳ ପିପିଲି କଣ୍ଟିଠାରେ ଏହି ଜୀବାଣୁର ସଂଖ୍ୟା ୧ଲକ୍ଷ ୬୦ ହଜାର । ଅର୍ଥାତ୍ ୫୦ ଗୁଣ ଅଧିକ । ଦୟାନଦୀର ପାଣି ଆଦୌ ବ୍ୟବହାର ନକରିବାକୁ ପରାମର୍ଶ ଦେଇଛନ୍ତି ପୁରୀ ଜିଲ୍ଲାପାଳ । ଦୟାନଦୀର ଜଳକୁ ବିଶୋଧନ କରାଯିବ ବୋଲି ସେ କହିଛନ୍ତି ।

 

Read More:  ବିଷାକ୍ତ ହୋଇଛି ଦୟାନଦୀ:  କଣାସରେ ଭୋଜି ଭାତ ସହ ଗାଧୁଆ ପାଧୁଆ ନ କରିବାକୁ ପରାମର୍ଶ

You might also like