ସମଗ୍ର ବିଶ୍ବରେ ଆନନ୍ଦ ଉଲ୍ଲାସରେ ପାଳିତ ହେଉଛି ଖ୍ରୀଷ୍ଟମାସ୍

ଆଜି ବଡ଼ଦିନ । ସମଗ୍ର ବିଶ୍ୱରେ ଖ୍ରୀଷ୍ଟମାସ୍‌କୁ ନେଇ ଆନନ୍ଦ ଉଲ୍ଲାସ ଲାଗି ରହିଛି । ଦୀର୍ଘ ଦିନ ପରେ ଯେମିତି ଲୋକଙ୍କ ମୁହଁରେ ଫୁଟିଛି ହସ । ମଧ୍ୟରାତ୍ରରେ ଜନ୍ମ ଗ୍ରହଣ କରିଛନ୍ତି ପ୍ରଭୁ ଯୀଶୁ । ଏହି ଦିନ ହିଁ ନବଜାତ ଶିଶୁ ଯିଶୁଖ୍ରୀଷ୍ଟଙ୍କୁ ଧରଣୀ ପୃଷ୍ଠରେ ସ୍ୱାଗତ କରାଯାଇଥାଏ ।କିନ୍ତୁ ଚଳିତ ବର୍ଷ ମଧ୍ୟ ରାତ୍ରୀରେ ଉତ୍ସବ ପାଳନ ହୋଇନି । ଜିରୋ ନାଇଟ ସେଲିବ୍ରେସନରେ କିଛିଟା କଟକଣା ଜାରି କରାଯାଇଛି ।

କରୋନା କଟକଣା ପାଇଁ କିଛିଟା ଫିକା ପଡ଼ିଯାଇଛି ଏହି ଉତ୍ସବ ପାଳନ । ଚଳିତ ବର୍ଷ କୋଭିଡ୍‌ କଟକଣା ପାଇଁ କିଛି ଚର୍ଚ୍ଚରେ ସୀମିତ ଶ୍ରଦ୍ଧାଳୁଙ୍କୁ ନେଇ ପ୍ରାର୍ଥନା ସହ ବାଇବେଲ୍‌ ପାଠ ହୋଇଥିଲା । ଏମିତିକି ଅଧିକାଂଶ ଚର୍ଚ୍ଚରେ ପ୍ରଭୁ ଯୀଶୁଙ୍କ ଜନ୍ମଦିନ ଉତ୍ସବ ପାଳନ ହୋଇନାହିଁ । ଗତବର୍ଷ ଗୁଡିକ ଭଳି ଚର୍ଚ୍ଚରେ ସାଜସଜ୍ଜା ନାହିଁ କି ଲୋକଙ୍କ ଗହଳି ଚହଳି ମଧ୍ୟ ନାହିଁ ।

 

 

Leave A Reply

Your email address will not be published.