ଅଗଷ୍ଟ ଦ୍ୱିତୀୟ ସପ୍ତାହ ସୁଦ୍ଧା +୨ ରେଜଲ୍ଟ ପ୍ରକାଶ ପାଇବ

କେନ୍ୟୁଜ୍(ବ୍ୟୁରୋ):  +୨ ରେଜଲ୍ଟ ପାଇଁ ଦଶମ ମାର୍କ ହେବ ମାଧ୍ୟମ । ଏନେଇ CHSE ପକ୍ଷରୁ ସୂଚନା ଦିଆଯାଇଛି । ରେଜଲ୍ଟରେ ଅସନ୍ତୁଷ୍ଟ ଛାତ୍ରଛାତ୍ରୀ ଅଫ୍‌ଲାଇନରେ ଦେବେ । ସେହିପରି ଅଗଷ୍ଟ ଦ୍ୱିତୀୟ ସପ୍ତାହ ସୁଦ୍ଧା +୨ ରେଜଲ୍ଟ ପ୍ରକାଶ ପାଇବ । ଏନେଇ ମୂଲ୍ୟାୟନ ଫର୍ମୁଲାକୁ ବିଧିବଦ୍ଧ ସ୍ୱୀକୃତି ମିଳିଛି । ଏକ୍ସପର୍ଟ କମିଟି ଦେଇଥିବା ପ୍ରସ୍ତାବ ଅନୁସାରେ ପରିଷଦ ମୂଲ୍ୟାୟନ କରିବ । ଦଶମ ଶ୍ରେଣୀ ବୋର୍ଡ ମାର୍କ ଆଧାରରେ ଥିଓରୀ ପେପରରେ ନମ୍ବର ମିଳିବ ।

ସେହିପରି ଏକ୍ସରେଗୁଲାର ପରୀକ୍ଷାର୍ଥୀଙ୍କୁ ଗତ ବର୍ଷ ପରୀକ୍ଷା ଅନୁସାରେ ମାର୍କ ମିଳିବ। ପ୍ରାକ୍ଟିକାଲ ପାଇଁ ହାଇସ୍କୁଲ ସ୍ତରର ମାର୍କିଂ ଆଧାରରେ ନମ୍ବର ମିଳିବ । ପରୀକ୍ଷା ଫଳରେ ସନ୍ତୁଷ୍ଟ ନହେଲେ ସ୍ଥିତି ଅନୁସାରେ ଆଉ ଥରେ ଅଫ୍‌ଲାଇନ୍‌ ମୋଡ୍‌ରେ ପରୀକ୍ଷା ଦେଇପାରିବେ । ଏକ୍ସପର୍ଟ କମିଟିର ମାର୍କିଂ ପଦ୍ଧତିକୁ ସିଏଚଏସଇ ଓ୍ୱେବସାଇଟ୍‌ରେ ଅପଲୋଡ୍ କରାଯିବ । ମୂଲ୍ୟାୟନରେ ସନୁଷ୍ଟ ନଥିବା ପିଲାଙ୍କୁ ପରୀକ୍ଷା ଦେବା ନେଇ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.