ସିନେ କ୍ରିଟିକଙ୍କ ତରଫରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ

ଭୁବନେଶ୍ବର(କେନ୍ୟୁଜ୍) : ପଞ୍ଚମ ଥର ପାଇଁ ରାଜ୍ୟର ଶାସନ ଦାୟିତ୍ୱ ନେଇଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଓଡ଼ିଶା ସଚେତନ ନାଗରିକ ଫୋରମ ନେତୃତ୍ୱରେ ସଂସ୍କୃତି ଓ ସଂସ୍କୃତି, ସିନେ କ୍ରିଟିକ ଆସୋସିଏସନ ପକ୍ଷରୁ ପୁଷ୍ପଗୁଚ୍ଛ ପ୍ରଦାନ ସହ ଅଭିନନ୍ଦନ ଜଣାଯାଇଛି । ପ୍ରତିନିଧି ଦଳରେ ଅନୁଷ୍ଠାନର ସଭାପତି ପ୍ରଦୋଷ ପଟ୍ଟନାୟକ ଓ ସାଧାରଣ ସମ୍ପାଦକ ଦିଲ୍ଲୀପ ହାଲିଙ୍କ ସମେତ ସୁରେନ୍ଦ୍ର ବେହେରା, ରବୀନ୍ଦ୍ର ବିଶ୍ୱାଳ, ଅଲେଖ ନାୟକ, ଶ୍ରୀଧର ମାର୍ଥା, ଅତିଶ ରାଉତ, ଦୂତୀକୃଷ୍ଣ ଜେନା ଓ ସମୀର ପ୍ରମୁଖ ଯୋଗ ଦେଇଥିଲେ । ସମ୍ବର୍ଦ୍ଧନା ପାଇଁ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଧନ୍ୟବାଦ ଯଣାଇଛନ୍ତି । ଏହି ଅବସରରେ ଫୋରମର ଉପସଭାପତି ସୁରେନ୍ଦ୍ର ବେହେରା ରାଜ୍ୟର ବାତ୍ୟା ବିପନ୍ନଙ୍କ ସାହାଯ୍ୟ ପାଇଁ ଏକ ଲକ୍ଷ ଟଙ୍କାର ଚେକ୍ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.