ହୃଦଘାତରେ ସିଆଇଏସଏଫ ଯବାନ ମୃତ, ମୃତ ଯବାନ ହେଲେ ଆସାମର

ବାରଙ୍ଗ : ମୁଣ୍ଡଳି ସ୍ଥିତ ସିଆଇଏସଏଫ ଖାରବେଳ ଆଞ୍ଚଳିକ ଟ୍ରେନିଂ ସେଣ୍ଟର ପରିସରରେ ହୃଦଘାତରେ ଜଣେ ଯବାନ ମୃତ୍ୟୁ ହୋଇଛି । ମୃତ ଯବାନ ଜଣକ ହେଲେ ଆସାମର ତପନ ଦାସ, ବୟସ ୫୮ ବର୍ଷ ବୋଲି ଜଣାପଡ଼ିଛି । ପ୍ରକାଶ ଯେ ସିଆଇଏସଏଫ ପରିସର ଭିତରେ ଯବାନମାନଙ୍କୁ ମିଳିଥିବା ଘରେ ତପନ ପରିବାର ସହିତ ରହୁଥିଲେ । ସୋମବାର ରାତ୍ରିରେ ତପନ ପ୍ରତିଦିନ ପରି ଖାଇ ସାରିବା ପରେ ଶୋଇବା ପାଇଁ ଯାଇଥିଲେ। ମଙ୍ଗଳବାର ସକାଳେ ତପନଙ୍କ ଛାତିରେ ଗଭୀର ଯନ୍ତ୍ରଣା ଅନୁଭବ କରିବାରୁ ପରିବାର ଲୋକ ଚିକିତ୍ସା ପାଇଁ କଟକ ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତରିତ କରିଥିଲେ।
ହେଲେ ସେଠାରେ ଡ଼ାକ୍ତର ତପନଙ୍କୁ ମୃତ ଘୋଷଣା କରିଥିଲେ। ଗୋଡିସାହି ଫାଣ୍ଡି ଅଧିକାରୀ ବିଚିତ୍ରାନନ୍ଦ ପ୍ରଧାନ ଘଟଣାସ୍ଥଳରେ ପହଂଚି ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛଛନ୍ତି । ତପନଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ମାତ୍ରେ ସିଆଇଏସଏଫ ଖାରବେଳ ଟ୍ରେନିଂ ସେଣ୍ଟର ପରିସରରେ ଶୋକ ଛାୟା ଖେଳିଯାଇଛି । ପରେ ତାଙ୍କ ମୃତଦେହକୁ ସିଆଇଏସଏଫ ପରିସରରେ ପରିବାର ଲୋକଙ୍କ ଉପସ୍ଥିତିରେ ଗାର୍ଡ ଅଫ ଅନର ଦିଆଯାଇଥିଲା ।