ଏନଟିପିସି ଦର୍ଲିପାଲିରେ CISF ଙ୍କ ଦାଦାଗିରି, ୬ ଜଣ ଯୁବକ ଆହତ

ସୁନ୍ଦରଗଡ଼ :  ଏନଟିପିସି ଦର୍ଲିପାଲିରେ CISF ଙ୍କ ଦାଦାଗିରି, ବିନା କାରଣରେ କେତେକ ଯୁବକଙ୍କୁ ନିର୍ଧୁମ ମାଡ ମାରିଥିବା ଘଟଣାକୁ ନେଇ ସ୍ଥାନୀୟ ଲୋକେ ଏବଂ ମା ଚନ୍ଦଲୀ ଓ୍ବୋଲଫେୟାର ଆସୋସିଏସନ ପକ୍ଷରୁ ଏନଟିପିସି ରାସ୍ତା ଅବରୋଧ କରିବା ସହ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।

CISF ଯବାନଙ୍କ ମାଡରେ ୬ ଜଣ ଯୁବକ ଆହତ ହୋଇଥିବା ବେଳେ ସମସ୍ତ ୬ ଜଣ ଆହତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି ।   ଅନ୍ୟପଟେ ଯବାନଙ୍କ ପ୍ରତି ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ସହ ସମସ୍ତ ଆହତଙ୍କୁ କ୍ଷତିପୂରଣ ଅର୍ଥ ପ୍ରଦାନ ଦାବି ନେଇ ରାସ୍ତା ଅବରୋଧ କରିଛନ୍ତି ସ୍ଥାନୀୟ ଲୋକେ ।

ସମସ୍ତ ଆହତଙ୍କୁ ସୁନ୍ଦରଗଡ଼ ମେଡ଼ିକାଲକୁ ଚିକିତ୍ସା ପାଇଁ ଅଣାଯାଇଛି ।  ଆହତ ଶ୍ରମିକମାନେ ହେଲେ ଲବ ଭୋଇ, ସୁମରା ମୁଣ୍ଡା, ମନସିର ନାଏକ, ହୃଷୀକେଶ ଖରସେଲ, ବିକାଶ ଗନ୍ଧା,ଈଶ୍ୱରୀ ପ୍ରସାଦ ମେହେର, ରଞ୍ଜନ ନାଏକ, ଭୀଷ୍ମ ଧ୍ରୁଆ ।

Also read: ଭୁବନେଶ୍ବର-କଟକ ରିଙ୍ଗ ରୋଡକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ, ୬ଲେନ ବିଶିଷ୍ଟ ୧୧୧ କିମି ବାଇପାସ ନିର୍ମାଣ