ଦେବଦୂତ ସାଜିଲେ CISF ଯବାନ, ଅସୁସ୍ଥ ବ୍ୟକ୍ତିଙ୍କୁ ସିପିଆର ଦେଇ ବଞ୍ଚାଇଲେ ଜୀବନ

ଭୁବନେଶ୍ବର: ଦେବଦୂତ ସାଜିଲେ CISF ଯବାନ ।  ଅସୁସ୍ଥ ବ୍ୟକ୍ତିଙ୍କୁ ସିପିଆର ଦେଇ ବଞ୍ଚାଇଲେ ଜୀବନ ।  ଭୁବନେଶ୍ୱର ବିମାନବନ୍ଦରରେ ଦେଖିବାକୁ ମିଳିଛି ଏପରି ଦୃଶ୍ୟ  ହଠାତ୍ ଅସୁସ୍ଥ ହୋଇ ପଡ଼ିଯାଇଥିବା ଜଣେ ବ୍ୟକ୍ତିଙ୍କୁ ତୁରନ୍ତ CPR ଦେଇ ତାଙ୍କ ଜୀବନ ବଞ୍ଚାଇଛନ୍ତି ।  ୟୁନିଫର୍ମ ପଛରେ ଥିବା ଏହି ମାନବିକତା ଏବଂ କର୍ତ୍ତବ୍ୟନିଷ୍ଠା ଆଜି ସମସ୍ତଙ୍କ ପାଇଁ ଏକ ବଡ଼ ଉଦାହରଣ ପାଲଟିଛି  

ଏହା ସହ ଚାରିଆଡୁ ଯବାନଙ୍କୁ ପ୍ରଶଂସା ମିଳିଛି ତେବେ କଣ ଏହି ସିପଆର ?  କାର୍ଡିଓପଲମୋନାରୀ ରିସସିଟେସନ୍ (CPR) ହେଉଛି ଏକ ଜରୁରୀକାଳୀନ ଚିକିତ୍ସା ପଦ୍ଧତି ।  ଯାହା ହୃଦଘାତ କିମ୍ବା ଶ୍ୱାସକ୍ରିୟା ବନ୍ଦ ହୋଇଯିବା ସମୟରେ ବ୍ୟବହାର କରାଯାଏ । ଏଥିରେ ରୋଗୀର ଛାତିକୁ ବାରମ୍ବାର ଚାପ ଦିଆଯାଇଥାଏ ।

ଅନେକ ସମୟରେ ମୁହଁ ଦ୍ୱାରା କୃତ୍ରିମ ନିଶ୍ୱାସ ମଧ୍ୟ ଦିଆଯାଏ ।  ଯେପର୍ଯ୍ୟନ୍ତ ଶରୀରରେ ନିଶ୍ୱାସ ପ୍ରଶ୍ୱାସ ଏବଂ ହୃଦସ୍ପନ୍ଦନ ସ୍ଵାଭାବିକ ହୋଇନାହିଁ ସେପର୍ଯ୍ୟନ୍ତ ମସ୍ତିଷ୍କକୁ ସଚଳ ରଖିବା ଏବଂ ରକ୍ତ ସଞ୍ଚାଳନ ବଜାୟ ରଖିବା ପାଇଁ ଏହି ପ୍ରକ୍ରିୟା କରାଯାଇଥାଏ ।

 

Also read: ହୃଦଘାତରେ ଚାଲିଗଲା ସିଆରପିଏଫ ଯବାନଙ୍କ ଜୀବନ, ଦିଆଗଲା ଗାର୍ଡ ଅଫ୍ ଅନର୍