ନୟାଗଡ଼ରେ ବିଜେପିର ବନ୍ଦ ପାଳନ ବେଳେ ଉତ୍ତେଜନା: ପୋଲିସ-ବିଜେପି ମୁହାଁମୁହିଁ

ଦଶପଲ୍ଲାରେ ପୋଲିସ ସହ ବିଜେପି କର୍ମୀଙ୍କ ଧସ୍ତାଧସ୍ତି ହୋଇଛି । ଏହି ଘଟଣାରେ ୮ଜଣ ବିଜେପି କର୍ମୀଙ୍କୁ ଗିରଫ କରିଛି ପୋଲିସ । ଦଶପଲ୍ଲା ଥାନା ଅଞ୍ଚଳରେ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ଅଭିଯୋଗରେ ବ୍ଲକ ବିଜେପିର ଏକ ଗୋଷ୍ଠୀ ଆଜି ୬ଘଣ୍ଟିଆ ବନ୍ଦ ଡାକରା ଦେଇଥିଲା

ନୟାଗଡ଼(କେନ୍ୟୁଜ୍): ନୟାଗଡ଼ରେ ବିଜେପିର ବନ୍ଦ ପାଳନ ବେଳେ ଉତ୍ତେଜନା । ପୋଲିସ-ବିଜେପି ମୁହାଁମୁହିଁ । ଦଶପଲ୍ଲାରେ ପୋଲିସ ସହ ବିଜେପି କର୍ମୀଙ୍କ ଧସ୍ତାଧସ୍ତି ହୋଇଛି । ଏହି ଘଟଣାରେ ୮ଜଣ ବିଜେପି କର୍ମୀଙ୍କୁ ଗିରଫ କରିଛି ପୋଲିସ । ଦଶପଲ୍ଲା ଥାନା ଅଞ୍ଚଳରେ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ଅଭିଯୋଗରେ ବ୍ଲକ ବିଜେପିର ଏକ ଗୋଷ୍ଠୀ ଆଜି ୬ଘଣ୍ଟିଆ ବନ୍ଦ ଡାକରା ଦେଇଥିଲା । ତେବେ ସୁରକ୍ଷା ଦୃଷ୍ଟିରୁ ପୋଲିସ ବନ୍ଦ ଡାକରା ଦେଇଥିବା ଗୋଷ୍ଠୀର ମୁଖ୍ୟ ରାଘବ ମଲ୍ଲିକଙ୍କୁ ଆଗୁଆ ଘରୁ ଉଠାଇନେଇଥିଲା ।

ପରେ ଆନ୍ଦୋଳନକାରୀ ଦଶପଲ୍ଲା ଥାନାରେ ପହଞ୍ଚିଥିଲେ ଆନ୍ଦୋଳନକାରୀ । ରାଘବ ମଲ୍ଲିକଙ୍କୁ ପୋଲିସ କେଉଁଠି ରଖିଛନ୍ତି ବୋଲି ପ୍ରଶ୍ନ କରଥିଲେ ଆନ୍ଦୋଳନକାରୀ । ଘଟଣାକୁ ନେଇ ପୋଲିସ ଓ ଆନ୍ଦୋଳନକାରୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା । ଦୀର୍ଘ ସମୟ ଧରି ଥାନା ସମ୍ମୁଖରେ ହୋଇଥିଲା ଠେଲାପେଲା । ଏଥିରେ ୮ ଜଣ ବିଜେପି କର୍ମୀଙ୍କୁ ଗିରଫ କରିଛି ପୋଲିସ୍‌