ବାଣ ଫୁଟାଉ ଥିବା ସମୟରେ କମେଣ୍ଟ ମରାକୁ ନେଇ ଦୁଇ ପରିବାର ମଧ୍ୟରେ ସଂଘର୍ଷ: ୪ ଗୁରୁତର, ୨ ଆହତ

ଆନନ୍ଦପୁର(କେନ୍ୟୁଜ୍): ବାଣ ଫୁଟାଉ ଥିବା ସମୟରେ କମେଣ୍ଟ ମରାକୁ ନେଇ ଦୁଇ ପରିବାର ମଧ୍ୟରେ ସଂଘର୍ଷ। ୪ ଜଣ ଗୁରୁତର ୨ ଆହତ। ଆନନ୍ଦପୁର ଉପଖଣ୍ଡ ନନ୍ଦିପଦା ଥାନା ତେମଳା ଗାଁରେ ଘଟିଛି ଏହି ଘଟଣା। ସୂଚନା ଥାଉକି, ରାଜନୈତିକ ଘଟଣାକୁ ନେଇ ଅନେକ ସମୟରେ ଗାଁର ଅଧର ବେହେରା ଓ ଚନ୍ଦ୍ରଶେଖର ଜେନାଙ୍କ ପରିବାର ମଧ୍ୟରେ ଝଗଡ଼ା ଲାଗୁଥିବାବେଳେ ଗତକାଲି ପୁର୍ନବାର ସଂଘର୍ଷ ଲାଗିଥିଲା।

ଅଧର ବେହେରାଙ୍କ ପରିବାର ସଦସ୍ୟ ବାଣ ଫୁଟାଉଥିବା ସମୟରେ ଚନ୍ଦ୍ରଶେଖରଙ୍କ ପରିବାର ସଦସ୍ୟ ତାଙ୍କୁ କମେଣ୍ଟ ପାସ୍ କରିଥିଲେ। ଯାହାଫଳରେ ଉଭୟ ପରିବାର ମଧ୍ୟରେ ମାରଣାସ୍ତ୍ର ଧରି ଆକ୍ରମଣ ହୋଇଥିଲା। ସଙ୍ଘର୍ଷରେ ଉଭୟ ପରିବାରରୁ ୪ ଜଣ ଗୁରୁତର ହୋଇଥିବା ବେଳେ ୨ ଜଣ ଆହତ ହୋଇଛନ୍ତି। ଗୁରୁତର ଅବସ୍ଥାରେ ୩ ଜଣକୁ କଟକ ଓ ଜଣକୁ କେନ୍ଦୁଝର ସ୍ଥାନାନ୍ତର କରାଯାଇଛି। ମେଡ଼ିକାଲ୍ ରେ ପୋଲିସ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.