ପୂର୍ବ ବିବାଦକୁ କେନ୍ଦ୍ର କରି ଚାନ୍ଦବାଲି ରାମପଲୀ ଗାଁରେ ଦୁଇ ଗୋଷ୍ଠୀଙ୍କ ଭିତରେ ସଂଘର୍ଷ, ୧୦ ଆହତ

ଚାନ୍ଦବାଲି(କେନ୍ୟୁଜ୍): ପୂର୍ବ ବିବାଦକୁ କେନ୍ଦ୍ର କରି ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନା ରାମପଲୀ ଗାଁରେ ଦୁଇ ଗୋଷ୍ଠୀଙ୍କ ଭିତରେ ସଂଘର୍ଷ,  ୧୦ଜଣ ଆହତ । ତାଙ୍କ ଭିତରୁ ପାଞ୍ଚ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ଭଦ୍ରକ ମେଡିକାଲ ସ୍ଥାନାନ୍ତରିତ କରାଯାଇଛି। ସୂଚନା ମୁତାବକ ଏହି ଗାଁରେ ରାସ୍ତା କାମକୁ ନେଇ ପୂର୍ବରୁ ଦୁଇ ଗୋଷ୍ଠୀଙ୍କ ଭିତରେ ବିବାଦ ଲାଗି ରହିଥିଲା।

ଏହାର ସମାଧାନ ହୋଇନପାରିବାରୁ ଗତକାଲି ବିଳମ୍ବିତ ରାତିରେ ଦୁଇ ଗୋଷ୍ଠୀଙ୍କ ଭିତରେ ଖଣ୍ଡ ଯୁଦ୍ଧ ଘଟିଥିଲା। ଗଣ୍ଡଗୋଳ ଉଗ୍ରରୂପ ନେଇଥିଲା। ଶାବଳ, ବାଡ଼ି, ଠେଙ୍ଗା ମାଡ଼ରେ ଦୁଇ ଗୋଷ୍ଠୀରୁ ଦଶ ଜଣ ମାରପିଟରେ ଆହତ ହୋଇଥିଲେ। କାହାର ମୁଣ୍ଡ ଫାଟିଥିଲା ତ କାହାର ହାତ ଭାଙ୍ଗି ଥିଲା। ସମସ୍ତ ଆହତଙ୍କୁ ଚାନ୍ଦବାଲି ମେଡିକାଲରେ ପ୍ରାଥମିକ ଚିକିତ୍ସା କରାଯାଇଥିଲା। ଖବର ପାଇ ଚାନ୍ଦବାଲି ପୋଲିସ ଘଟଣା ସ୍ଥଳରେ ପହଁଚିବାରୁ ପରିସ୍ଥିତି ଶାନ୍ତ ପଡିଥିଲା।

Leave A Reply

Your email address will not be published.