ଆଠଗଡ଼:ଦୁଇ ଗାଁ ମଧ୍ୟରେ ଗୋଷ୍ଠୀ ସଂଘର୍ଷ, ଦୁଇ ମୃତ
ପାଣି ପାଇଁ ଗୋଷ୍ଠୀ ସଂଘର୍ଷ, ୨ ମୃତ। ଆଠଗଡ଼ ନରସିଂହପୁର ଥାନା ସାଗର ଓ ପାଞ୍ଚଗୋଛିଆ ଗାଁରେ ଗୋଷ୍ଠୀ ସଂଘର୍ଷ। ଚାମୁଣ୍ଡାପଲ୍ଲୀ ବନ୍ଧ କଟାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଥିଲା। ସଂଘର୍ଷରେ ୨ ଜଣଙ୍କ ମୃତ୍ୟୁ ହୋଇଛି। ଉଭୟ ଗୋଷ୍ଠୀରୁ ୧୦ରୁ ଅଧିକ ଆହତ ହୋଇଛନ୍ତି। ସେମାନଙ୍କୁ ନରସିଂହପୁର ମେଡିକାଲରେ ଭର୍ତ୍ତି କରାଯାଇଛି। ଉତ୍ତେଜନା ଲାଗିରହିଥିବାରୁ ଘଟଣାସ୍ଥଳରେ ପୋଲିସ ମୁତୟନ କରାଯାଇଛି। ଗତ କିଛି ଦିନ ହେବ ଚାମୁଣ୍ଡାପଲ୍ଲୀ ବନ୍ଧକୁ ନେଇ ଦୁଇ ଗାଁ ମଧ୍ୟରେ ବିବାଦ ଲାଗି ରହିଥିଲା।