ସୋର ଡାକ୍ତରଖାନାରେ ଉତ୍ତେଜନା, ଗଣ୍ଡଗୋଳର ଭିଡ଼ିଓ ଭାଇରାଲ୍

ସୋର : ସୋର ଡାକ୍ତରଖାନାରେ ଉତ୍ତେଜନା ।  ମହିଳା ସଫେଇ କର୍ମଚାରୀ, ସୁରକ୍ଷାକର୍ମୀ ଓ ରୋଗୀଙ୍କ ସମ୍ପର୍କୀୟଙ୍କ ମଧ୍ୟରେ ମାରପିଟ୍ ଭିଡିଓ ଭାଇରାଲ ।  ବାହାନଗା ବ୍ଲକ ଗୋପାଳପୁର ଜୁଣିଆ ଗାଁର ପ୍ରଶାନ୍ତ ଦାସ ଓ ଗୀତାଞ୍ଜଳି ଦାସଙ୍କର ତିନି ମାସର ଶିଶୁକୁ ସୋର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ।

ତୃତୀୟ ମହଲାରେ ଶିଶୁ ବିଛଣା ପାଇଥିବା ବେଳେ ଅନ୍ୟ ଏକ ବିଛଣା ନେଇ ପ୍ରଶାନ୍ତ ଓ ତାର ସ୍ତ୍ରୀ ଗାତାଞ୍ଜଳି ତଳେ ଶୋଇବାରୁ ଡାକ୍ତରଖାନର ସଫେଇ ମହିଳା କର୍ମଚାରୀ କାର୍ଯ୍ୟ ଛାଡି ଚାଲି ଯାଇଥିଲେ। ପରେ ସଫେଇ କର୍ମଚାରୀ, ଦୁଇ ସୁରକ୍ଷା କର୍ମଚାରୀ ଓ ଦୁଇ ନର୍ସଙ୍କୁ ଡାକି ଗଣ୍ଡଗୋଳ କରିଥିଲେ।

ରୋଗୀ ସହାୟକ ଗୀତାଞ୍ଜଳି ଓ ପ୍ରଶାନ୍ତଙ୍କୁ ମାଡ଼ ମାରିଥିବା ସୋର ଥାନାରେ ଅଭିଯୋଗ ହୋଇଛି। ଅନ୍ୟ ପକ୍ଷରେ ଶିଶୁର ସମ୍ପର୍କୀୟ ପ୍ରଶାନ୍ତ ଓ ଗାତୀଞ୍ଜଳିଙ୍କ ନାଁରେ ସୋର ଥାନାରେ ଅଭିଯୋଗ କରିଛନ୍ତି ମେଡିକାଲ ସଫେଇ କର୍ମଚାରୀ ।

You might also like