ଆଇଟମ୍ ନାଚ ପାଇଁ ଯାତ୍ରାମଞ୍ଚ ପାଲଟିଲା ରଣକ୍ଷେତ୍ର, ୨ ଗୁରୁତର

କେନ୍ଦ୍ରାପଡ଼ା : ଆଇଟମ୍ ନାଚ ପାଇଁ ଯାତ୍ରାମଞ୍ଚ ରଣକ୍ଷେତ୍ର । ଗଣ୍ଡଗୋଳରେ ୨ ଗୁରୁତର । କେନ୍ଦ୍ରାପଡ଼ା ଜିଲ୍ଲା ଗରଦପୁର ବ୍ଲକର କୁଦାନଗରୀ ସ୍ଥିତ ଶୁକ ପରିଷଦ ଆଶ୍ରମରେ ମାଘ ମେଳା ପାଇଁ ଯାତ୍ରାର ଆୟୋଜନ ହୋଇଥିଲା । ଶୁକ ପରିଷଦ କମିଟି ଅଧିକ ଦର୍ଶକ ହେବା ପାଇଁ ଆଇଟମ ର୍ଗାଲ ନିଶା ମହରଣାଙ୍କୁ ଷ୍ଟେଜ ସୋ ପାଇଁ ଆଣିଥିଲେ । ହେଲେ ନିଶା ତାଙ୍କର ନୁତ୍ଯ ଆରମ୍ଭ କରିବାର କିଛି ମୂହୁର୍ତ୍ତ ପରେ କିଛି ଦର୍ଶକ ଠିଆ ହୋଇ ନୃତ୍ୟ ବନ୍ଦ ପାଇଁ କହିବା ସହ ହୋହାଲ୍ଲା କରିଥିଲେ ।
ସେପଟେ ଯାତ୍ରା କମିଟି ଓ କିଛି ଦର୍ଶକ ନିଶା ନୃତ୍ୟ କରନ୍ତୁ ବୋଲି ଜିଦି ଧରିବାରୁ ଉଭୟଙ୍କ ମଧ୍ୟରେ ବଚସା ଓ ଧସ୍ତାଧଧ୍ତି ଆରମ୍ଭ ହୋଇ ଯାଇଥିଲା । ପରେ ଧସ୍ତାଧସ୍ଥି ,ପିଟାପିଟି ଓ ଚେୟାର ଫୋଫଡା ଓ ଭାଙ୍ଗିବା ଯୋଗୁ ସହ ଶହ ଶହ ଦର୍ଶକ ଆହତ ହୋଇ ଖଣ୍ଡିଆ ଖାବରା ହୋଇଛନ୍ତି । ଯାତ୍ରା କଳାକାର ନିଜକୁ ସୁରକ୍ଷା ପାଇ ଗୋଟିଏ ସ୍ଥାନରେ ଏକଯୁଟ ହେବା ସହ ନିଶା ଭୟରେ ଅଧା ନୃତ୍ୟରୁ ପେଣ୍ଡାଲ ଛାଡି ପଳାଇଗଲେ ।
ଉପସ୍ଥିତ ଦର୍ଶକ ନାଟକ ନଦେଖି ନିରାଶ ହୋଇ ଅଧରାତିରେ ଘରକୁ ଫେରିଛନ୍ତି । ତେବେ ସ୍ଥାନୀୟ ପୋଲିସର ଅବହେଳା ଯୋଗୁ ଏପରି ଅଭାବନୀୟ ଘଟଣା ଘଟିଲା ବୋଲି ଯାତ୍ରା କମିଟି ଅଭିଯୋଗ କରିଛି ।
Also read: ଘନ କୁହୁଡ଼ି ସାଜିଲା କାଳ: ଟ୍ରକ ପଛରେ ପିଟି ହେଲା ଓମଫେଡ କ୍ଷୀର ଭ୍ୟାନ୍, ୨ ଗୁରୁତର