ଭୁବନେଶ୍ୱରରେ ଚନ୍ଦ୍ରଗ୍ରହଣରେ ହେତୁବାଦୀ-ପରମ୍ପରାବାଦୀଙ୍କ ମଧ୍ୟରେ ଗଣ୍ଡଗୋଳ ଘଟଣା: ୮ ଗିରଫ

ଭୁବନେଶ୍ୱର(କେନ୍ୟୁଜ୍): ଭୁବନେଶ୍ୱରରେ ଚନ୍ଦ୍ରଗ୍ରହଣରେ ହେତୁବାଦୀ-ପରମ୍ପରାବାଦୀଙ୍କ ମଧ୍ୟରେ ଗଣ୍ଡଗୋଳ ଘଟଣାରେ ୮ ଗିରଫ । ୮ ପରମ୍ପରାବାଦୀଙ୍କୁ ଗିରଫ କରିଛି ଖାରବେଳନଗର ଥାନା ପୋଲିସ । ଗତକାଲି ଲୋହିଆ ଏକାଡେମୀରେ ହେତୁବାଦୀଙ୍କ ମିଟିଂକୁ ପରମ୍ପରାବାଦୀମାନେ ଘଣ୍ଟ ବାଡ଼େଇ ବିରୋଧ କରିଥିଲେ । ଚନ୍ଦ୍ରଗ୍ରହଣରେ ବିରିଆନି ଖାଇବାକୁ ବିରୋଧ କରିଥିଲେ ପରମ୍ପରାବାଦୀ ।

ଯାହାକୁ ନେଇ ଉଭୟ ପକ୍ଷ ମୁହାଁମୁହିଁ ହୋଇଥିବା ବେଳେ ରଣକ୍ଷେତ୍ର ପାଲଟିଥିଲା ଭୁବନେଶ୍ୱର ଲୋହିଆ ଏକାଡେମୀ । ପୋଲିସ ଉପସ୍ଥିତିରେ ଦୁଇ ଗୋଷ୍ଠୀ ମଧ୍ୟରେ ହୋଇଛି ଠେଲାପେଲା । ଢେଲାପଥର ମାଡ଼, ଭଙ୍ଗାରୁଜା ବି ହୋଇଛି । ଗୋବର ମାଡ଼ ବି କରାଯାଇଥିଲା । ଏହି ଘଟଣାରେ ଖାରବେଳନଗର ଥାନାରେ ମାମଲା ରୁଜୁ ହୋଇଥିବା ବେଳେ ପୋଲିସ ଆଜି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.