ବଜ୍ରପାତରେ ଦଶମ ଶ୍ରେଣୀ ଛାତ୍ର ମୃତ, କ୍ରିକେଟ ଖେଳୁଥିବା ବେଳେ ଟଳି ପଡ଼ିଲେ

ବ୍ରହ୍ମପୁର : ବଜ୍ରପାତରେ ଦଶମ ଶ୍ରେଣୀ ଛାତ୍ର ମୃତ । କ୍ରିକେଟ ଖେଳୁଥିବା ବେଳେ ବଜ୍ରାଘାତରେ ଟଳି ପଡ଼ିଲେ ଛାତ୍ର। ମୃତକ ହେଲେ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ନାରାୟଣପୁର ଗାଁର ରାଜେଶ କୁମାର ଗୌଡ଼ । ରାଜେଶ ସାଙ୍ଗ ମାନଙ୍କ ସହ କ୍ରିକେଟ ଖେଳିବାକୁ କୁମରଡ଼ା ଯାଇଥିବା ବେଳେ ହଠାତ ବର୍ଷା ପବନ ସହିତ ବଜ୍ରପାତ ହୋଇଥିଲା । ବଜ୍ରଘାତରେ ସେଇଠି ଟଳି ପଡ଼ିଥିଲେ ରାଜେଶ । ଗୁରୁତର ଅବସ୍ଥାରେ ତାଙ୍କୁ ବମକେଇ ମେଡିକାଲକୁ ନିଆଯାଇଥିଲା । କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରି ଶବ ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ଏଫ ଏମ ଟି ପଠାଯାଇଛି l ରାଜେଶଙ୍କ ମୃତ୍ୟୁରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି l