ଦଶମ ଶ୍ରେଣୀ ଛାତ୍ରୀ ମା ହେବା ଘଟଣାରେ କାର୍ଯ୍ୟାନୁଷ୍ଠାନ, ପ୍ରଧାନ ଶିକ୍ଷକ ଓ ANMଙ୍କୁ ନିଲମ୍ୱନ କଲେ ସରକାର

ମାଲକାନଗିରି: ଦଶମ ଶ୍ରେଣୀ ଛାତ୍ରୀ ମାଆ ହେବା ଘଟଣାରେ ଜିଲ୍ଲା ପ୍ରଶାସନର ଦୃଢ଼ କାର୍ଯ୍ୟାନୁଷ୍ଠାନ । ସ୍କୁଲ ମେଟ୍ରନ ସୁଚିତ୍ରା ଚର୍ଚ୍ଚିଙ୍କୁ ଚାକିରିରୁ ବରିଷ୍କାର କରିବା ସହ ANM କବିତା କୁମାରୀ ପାତ୍ରଙ୍କୁ ନିଲମ୍ୱନ କଲା ଜିଲ୍ଲା ପ୍ରଶାସନ । ଜିଲ୍ଲା ପ୍ରଶାସନର ସୁପାରିସ ଆଧାରରେ ପ୍ରଧାନ ଶିକ୍ଷକ ଅଜିତ କୁମାର ମାଡକାମୀଙ୍କୁ ରାଜ୍ୟ ସରକାର ନିଲମ୍ୱନ କରିଛନ୍ତି । ଏଥିସହ ଘଟଣାରେ କାହାର ସମ୍ପୃକ୍ତି ରହିଛି ସେନେଇ ତଦନ୍ତ ଆରମ୍ଭ କରିଛି ପୋଲିସ । ଛାନବିନ୍ ପରେ ପୋଲିସ ନିକଟରେ ଆତ୍ମସମର୍ପଣ କରିଛି ଅଭିଯୁକ୍ତ ।
ସୂଚନା ଅନୁସାରେ ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକରେ ଜଣେ ଦଶମ ଶ୍ରେଣୀ ଛାତ୍ରୀ ଏକ କନ୍ୟା ସନ୍ତାନ ଜନ୍ମ ଦେଇଛନ୍ତି । ସ୍ଥାନୀୟ ବିଦ୍ୟାଳୟର ହଷ୍ଟେଲରେ ରହି ପାଠ ପଢ଼ୁଥିବା ଛାତ୍ରୀ ଜଣଙ୍କ ଏବେ ଦଶମ ଶ୍ରେଣୀ ପରୀକ୍ଷା ଦେଉଛନ୍ତି । ଛାତ୍ରୀ ଜଣଙ୍କ କାଲି ପରୀକ୍ଷା ଦେଇ ହଷ୍ଟେଲ ଫେରି ନଥିବାରୁ ଛାତ୍ରୀଙ୍କ ଘରକୁ ଫୋନ୍ କରି ଜଣାଇଥିଲେ । ପହଞ୍ଚିବା ପରେ ଝିଅ ସନ୍ତାନ ଜନ୍ମ କରିଥିବା ଜାଣିବାକୁ ପାଇଥିଲେ ବାପା ମାଆ । ସ୍କୁଲ ଚାରି କାନ୍ଥ ଭିତରେ ଏତେବଡ଼ ଘଟଣା କେମିତି ଘଟିଲା ତାକୁ ନେଇ ଏବେ ଚିନ୍ତାରେ ବାପା ମାଆ ।
ଆହୁରି ପଢ଼ନ୍ତୁ : ପାଳଲହଡ଼ା ଗଣଦୁଷ୍କର୍ମ ଓ ହତ୍ୟା ଘଟଣା; ଗିରଫ ହେଲା ଜଣେ ଅଭିଯୁକ୍ତ