ନିଖୋଜ ଅଛନ୍ତି ଛାତ୍ର ସାଇପ୍ରକାଶ, ଦଶମ ଶ୍ରେଣୀର ଛାତ୍ର

ଭଦ୍ରକ: ରାସ୍ତା କଡ଼ରେ ଥୁଆ ହୋଇଛି ସାଇକେଲ ଏବଂ ବ୍ୟାଗ୍ । ନିଖୋଜ ହୋଇଛନ୍ତି ଦଶମ ଶ୍ରେଣୀର ଛାତ୍ର ସାଇ ପ୍ରକାଶ ନାୟକ । ସେ ଏକ ଘରୋଇ ସ୍କୁଲରେ ପାଠ ପଢୁଥିଲେ ।
ତେବେ ଛାତ୍ର ଜଣକ ବନ୍ତସ୍ଥିତ ଦଶମ ଶ୍ରେଣୀ ସ୍କୁଲର ଛାତ୍ର ଅଟନ୍ତି । ଛାତ୍ରଙ୍କ ଘର ବନ୍ତ ଥାନା ଅଧିନ ଭଣ୍ଡାରଗଡ଼ିଆ ଗାଁରେ । ସାଇପ୍ରକାଶ ଜାମିତୀରା ଛକରେ ଥିବା ସମ୍ପର୍କୀୟଙ୍କ ଘରେ ରହିବା ସହ ବନ୍ତ ସ୍କୁଲକୁ ପାଠ ପଢ଼ିବାକୁ ଯାଆନ୍ତି ।
ପ୍ରତ୍ୟେକ ଥର ପରି ଗତ ଶନିବାର ନିଜ ଘର ଭଣ୍ଡାରଗଡିଆକୁ ଯାଆନ୍ତି । ଆଜି ଘରୁ ବାହାରି ଆସି ସ୍କୁଲରେ କୋଚିଂ ସାରି ସମ୍ପର୍କୀୟଙ୍କ ଘରକୁ ସେ ଆସି ନଥିଲେ । ୨ କିମି ଆଗ ଭଦ୍ରକ ଆନନ୍ଦପୁର ୫୩ନଂ ରାଜ୍ୟ ରାଜପଥର ଚାଇଁପୁର ଛକ ନିକଟରେ ଛାତ୍ର ଜଣକଙ୍କର ବ୍ୟାଗ୍ ଏବଂ ସାଇକେଲ ଥିବା ଦେଖିବାକୁ ମିଳିଥିଲା । ସେ କେଉଁଆଡେ ନିଖୋଜ ହୋଇଥିବା କୁହାଯାଉଛି । ଖବର ପାଇ ଘଟଣା ପହଞ୍ଚି ବନ୍ତ ପୋଲିସ୍ ତଦନ୍ତ ଆରମ୍ଭ କରିଥିବା ଜଣା ପଡ଼ିଛି ।