ଟିୟୁସନ ଯାଇ ଆଉ ଘରକୁ ଫେରିଲେନି ନବମ ଶ୍ରେଣୀ ଛାତ୍ରୀ, ପୋଖରୀରୁ ମିଳିଲା ମୃତଦେହ

ଯାଜପୁର ଟାଉନ୍(କେନ୍ୟୁଜ୍): ଟିୟୁସନ୍ ଯାଇ ଆଉ ଘରକୁ ଫେରିଲେନି ନବମ ଶ୍ରେଣୀ ଛାତ୍ରୀ। ଏକ ପୋଖରୀରୁ ମିଳିଲା ଛାତ୍ରୀଙ୍କ ମୃତଦେହ। ଛାତ୍ରୀ ଜଣଙ୍କୁ ହତ୍ୟା କରି ଫିଙ୍ଗି ଦିଆଯାଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ। ଏଭଳି ଏକ ଘଟଣା ଘଟିଛି ଯାଜପୁର ବିଂଝାରପୁର ଥାନା ଅନ୍ତର୍ଗତ ବରିକୁଳ ଗ୍ରାମରେ।

ଗାଁର ଅମୂଲ୍ୟ ଦାସଙ୍କ ଝିଅ ଅମ୍ରିତା ଗତକାଲି ସନ୍ଧ୍ୟା ସମୟରେ ମଙ୍ଗଳପୁର ଥାନା ଅନ୍ତର୍ଗତ ଗ୍ରାମନନ୍ଦିପୁର ପଂଚାୟତ ବାବଲପୁର ଗ୍ରାମକୁ ଟିୟୁସନ୍ ଯାଇଥିଲେ । ହେଲେ ଟିୟୁସନ୍ ରୁ ଆଉ ଘରକୁ ଫେରିନଥିଲେ ଅମ୍ରିତା। ଘରକୁ ଆସିବା ବିଳମ୍ବ ହେବାରୁ ଘର ଲୋକେ ବହୁତ୍ ଖୋଜା ଖୋଜି କରି ଝିଅକୁ ପାଇନଥିଲେ ।

ଦୀର୍ଘ ସମୟ ପରେ ଏକ ପୋଖରୀରେ ବ୍ୟାଗ୍ ଭାସୁଥିବାର ଦେଖିବାକୁ ପାଇଥିଲେ । ପରେ ଖୋଜାଖୋଜି କରିବାରୁ ପାଖ ପୋଖରୀରୁ ଉଦ୍ଧାର କରି ପରିବାର ଲୋକେ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ହେଲେ ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଅମ୍ରିତାଙ୍କୁ ହତ୍ୟା କରି ପୋଖରୀରେ ଫିଙ୍ଗି ଦିଆଯାଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ । ଏ ନେଇ ମଙ୍ଗଳପୁର ଥାନାରେ ଲିଖିତ ଅଭିଯୋଗ ହୋଇଛି।

Leave A Reply

Your email address will not be published.