ପୁଣି ଲଜ୍ଜା, ପଞ୍ଚମ ଶ୍ରେଣୀର ଛାତ୍ରୀକୁ ଅପହରଣ ପରେ ଦୁଷ୍କର୍ମ

କଟକ(କେନ୍ଯୁଜ୍) : କଟକ ଟାଙ୍ଗୀ ଥାନା ଅନ୍ତର୍ଗତ ଭଗତପୁର ଗାଁରେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ। ଏହାପରେ ମାମଲା ରଫାଦଫା କରିବାକୁ ଅଭିଯୁକ୍ତଙ୍କ ପରିବାର ଓ ଗାଁ ଲୋକ ନାବାଳିକାଙ୍କ ପରିବାର ଉପରେ ଚାପ ପ୍ରୟୋଗ କରିଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ଆଜି ଗାଁକୁ ଯାଇ ପୋଲିସ ତଦନ୍ତ କରିଛି। ଅଭିଯୁକ୍ତ ଗନ ବେଙ୍ଗରାକୁ ଧରିବା ସହ ଗାଁ ଲୋକଙ୍କୁ ଥାନାକୁ ନେଇ ପଚରାଉଚରା କରିଛି ପୋଲିସ। ଗତ ୧୯ ତାରିଖ ଦିନ ଗନ ବେଙ୍ଗରା ପଞ୍ଚମ ଶ୍ରେଣୀର ଛାତ୍ରୀକୁ ଅପହରଣ କରି ଦୁଷ୍କର୍ମ କରିଥିବା ନେଇ ଅଭିଯୋଗ ହୋଇଥିଲା। ୨୦ ତାରିଖ ଦିନ, ଗାଁ ଜଙ୍ଗଲ ନିକଟରୁ ନାବାଳିବା ଜଣକ ଉଦ୍ଧାର ହୋଇଥିଲା। ପରିବାର ତରଫରୁ ଥାନାରେ ଦିଆଯାଇଥିଲା ଏତଲା। ପୋଲିସ ଆରମ୍ଭ କରିଥିଲା ଖୋଳତାଡ। ଏହାପରେ ନାବାଳିକାଙ୍କ ପରିବାର ଉପରେ ଚାପ ସୃଷ୍ଟି ପାଇଁ ଗାଁ ଲୋକେ ଉଦ୍ୟମ କରିଥିଲେ। ଏତଲା ପ୍ରତ୍ୟାହାର ପାଇଁ ୫ ହଜାର ଟଙ୍କା ସହ ଛେଳି ଦେବାକୁ ଗାଁ ଲୋକେ ପ୍ରସ୍ତାବ ଦେଇଥିଲେ। ଏଥିରେ ରାଜି ନ ହେବାରୁ ନାବାଳିକାଙ୍କ ପରିବାରକୁ ଗାଁ ଲୋକେ ବାସନ୍ଦ କରିଥିବା ଅଭିଯୋଗ ହୋଇଛି।