ଗାଁ ଲୋକଙ୍କ ଭରସା ପାଲଟିଛି ମାଟି ରାସ୍ତା, ହଇରାଣ ହେଉଛନ୍ତି ୮ ଖଣ୍ଡ ଗାଁର ବାସିନ୍ଦା

ଉମରକୋଟ : ଉମରକୋଟ ବ୍ଲକ ସାନଭରଣ୍ଡୀ ପଞ୍ଚାୟତର ଇନ୍ଦିରା କଲୋନୀ ଗାଁ ଲୋକଙ୍କ ଭାଗ୍ୟରେ ନାହିଁ ପକା ସଡ଼କ ।  ଆଜି ପର୍ଯ୍ୟନ୍ତ ମାଟି ରାସ୍ତା ଉପରେ ଏହି ଗାଁ ଲୋକଙ୍କୁ ଭରସା କରିବାକୁ ପଡୁଛି ।  ବର୍ଷା ହେଲେ କଥା ସରିଲା ।  ଆଣ୍ଠୁଏ କାଦୁଅରେ ଏହି ରାସ୍ତା ଉପରେ ନର୍ଭର କରୁଥିବା ୮ ଖଣ୍ଡ ଗ୍ରାମବାସୀ ହଇରାଣ ହେଉଛନ୍ତି । ପ୍ରାୟ ୩୦ ବର୍ଷ ହେବ ନର୍କ ଯନ୍ତ୍ରଣା ଭୋଗୁଛନ୍ତି ଲୋକେ । ବାରମ୍ବାର ଅଭିଯୋଗ କଲେ ମଧ୍ୟ କେହି କର୍ଣ୍ଣପାତ କରୁନାହାନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like