କରଞ୍ଜିଆ: ପଙ୍କ କାଢିବା ପାଇଁ ପୋଖରୀ ଉଝାଳିଲେ, କିନ୍ତୁ ଘରେ ଘରେ ପାଣି ପଶି ବନ୍ୟା ପରିସ୍ଥିତି

କରଞ୍ଜିଆ(କେନ୍ୟୁଜ୍):ପୋଖରୀ ପଙ୍କ ଉଧାର କରିବା ପାଇଁ ପୋଖରୀରୁ ପାଣି ଛାଡିବାରୁ କରଞ୍ଜିଆ ସହରରେ ପଶିଲା ପାଣି।କରଞ୍ଜିଆ NAC ଅନ୍ତର୍ଗତ ୧୨ ନମ୍ବର ୱାର୍ଡରେ ଥିବା ବିଜୟ ଦେହୁରିଙ୍କ ଘରେ ପଶିଛି ପୋଖରୀ ପାଣି। ସୂଚନା ମୁତାବକ ମୋଡାଗାଡ଼ିଆ ପୋଖରୀର ଉନ୍ନତି କରଣ ନିମନ୍ତେ ଗତ ତିନି ମାସ ପୂର୍ବରୁ ଟେଣ୍ଡର ହଇଥିବା ବେଳେ ଆଜି  ଅତି ତରବରିଆ ଭାବେ NAC କର୍ତ୍ତୃପକ୍ଷ ପାଣି ଛାଡିବାରୁ  ଉକ୍ତ ୱାର୍ଡରେ ଥିବା ବିଜୟ କୁମାର ଦେହୁରୀ ଏବଂ ତାଙ୍କ ପଡିଶା ଘରେ ପାଣି ପସିଯାଇଛି।

ତାଙ୍କ ଶୋଇବା ଘର ଏବଂ ଗୁହାଳ ଘରେ ଆଣ୍ଠିଏ ଆଣ୍ଠିଏ ପାଣି ଜମିବା ସହିତ ଘରେ ଥିବା କିଛି ଧାନ ମଧ୍ୟ ପାଣିରେ ଭାସି ଯାଇଥିବା ଅଭିଯୋଗ କରିଛନ୍ତି।

ତେବେ ଏ ସମ୍ପର୍କରେ କରଞ୍ଜିଆ ନିର୍ବାହୀ ଅଧିକାରୀ ଗୁଦ୍ରା ହେମ୍ବ୍ରମଙ୍କ  ପ୍ରତିକ୍ରିୟା  ନେବାକୁ ଆମେ ଚେଷ୍ଟା କରିଥିଲୁ କିନ୍ତୁ ସେ ଏ ସମ୍ପର୍କରେ ଜାଣି ନ ଥିବା କହିଛନ୍ତି।  ଯଦି ଏପରି କିଛି ହଇଥାଏ ତେବେ ତଦନ୍ତ କରି  କରଞ୍ଜିଆ NAC ପକ୍ଷରୁ କ୍ଷତିପୂରଣ ଯୋଗାଇ ଦିଆଯିବ ।

pond water

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.