ନଳକୂପ ବିଶୋଧନ କରିବା ସହିତ କରୋନାକୁ ନେଇ ସଚେତନତା ବାର୍ତ୍ତା ବାଣ୍ଟୁଛନ୍ତି ଯୁବଶକ୍ତି

ଆଳି: କରୋନା ମହାମାରୀ ରୋକିବା ପାଇଁ ଗ୍ରାମାଞ୍ଚଳର ଲୋକମାନଙ୍କୁ ସତର୍କତା ମୂଳକ ସୂଚନା ଦେବା ସହିତ ପାନୀୟ ଜଳ ଉତ୍ସ ବିଶୋଧନ ପାଇଁ ଅଣ୍ଟା ଭିଡିଛନ୍ତି ଯୁବ ଶକ୍ତି। ଏମାନେ ହେଉଛନ୍ତି କେନ୍ଦ୍ରାପଡା ଜିଲ୍ଲା ଆଳି ବ୍ଳକ୍ କୋଳିଡିହ ଗ୍ରାମର ସଂଗଠିତ ଯୁବକ ମାନେ । ପଞ୍ଚାୟତର ଯୁବ ସମାଜିକ କର୍ମୀ ସଞ୍ଜୟ ଧଳଙ୍କ ନେତ୍ରୁତ୍ବରେ ଯୁବକ ମାନେ ଏକାଠି ହୋଇ ପଞ୍ଚାୟତର କୋଳିଡିହ, ବିଜୟନଗର,ତଅଁଳଡିହା, ଦିନିଆରୀ ଗ୍ରମର ସମସ୍ତ ନଳକୂଳ ଗୁଡିକୁ ସଫାକରି ନୂଆ ରଙ୍ଗ ଦେଇଛନ୍ତି ।

waterଏହାସହିତ ନଳକୂପର ଚାରିପାଖ ପରସ୍କାର ପରିଚ୍ଛନ କରି ବିଶୋଧନ କରିଛନ୍ତି । ଏହାସହିତ କରୋନା ରୋଗର ଭୟାବହତା ସମ୍ପର୍କରେ ଗ୍ରାମବାସୀଙ୍କୁ ବୁଝାଇବା ସହିତ ନିରାକରଣ ପାଇଁ ସତର୍କତା ମୂଳକ ବର୍ତ୍ତା ବାଣ୍ଟୁଛନ୍ତି । ଯୁବକ ମାନଙ୍କ ଏହି ଲୋକ ହିତକର କାର୍ଯ୍ଯକୁ ପଞ୍ଚାୟତବାସୀ ପ୍ରଶଂସା କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.