୧୨ଘଣ୍ଟା ଭିତରେ ଦୁର୍ବଳ ହୋଇ ଲଘୁଚାପରେ ପରିଣତ ହେବ ‘ପେଥାଇ’

କେନ୍ୟୁଜ୍ : ଦୁର୍ବଳ ହେଉଛି ପେଥାଇ । ୱେଲ ମାର୍କ ଲୋ ପ୍ରେସରରେ ପରିଣତ ହେଉଛି ଅବପାତ । ୧୨ଘଣ୍ଟାରେ ଦୁର୍ବଳ ହୋଇ ଏହା ଲଘୁଚାପରେ ପରିଣତ ହେବ । ଏହାରେ ପ୍ରଭାବରେ ଆହୁରି ୧୨ଘଣ୍ଟା ପର‌୍ୟ୍ୟନ୍ତ ବର୍ଷା ଲାଗି ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ସେପଟେ ଜାଡ଼ରେ ଥରୁଛି ଦକ୍ଷିଣ ଓ ଉପକୂଳ ଓଡ଼ିଶା । ସାମୁଦ୍ରିକ ଝଡ଼ ପେଥାଇ ପ୍ରଭାବରେ ରାଜ୍ୟର ଅନେକ ସ୍ଥାନରେ କୋହଲା ପାଗ ସାଙ୍ଗକୁ ଝିପିଝିପି ବର୍ଷା ଲାଗି ରହିଛି । ୧୦୦ଟି ବ୍ଲକ୍‌ରେ ୫୦ମିଲିମିଟରରୁ ଅଧିକ ବର୍ଷା ହୋଇଥିବା ରେକର୍ଡ ହୋଇଛି ।

low-pressureଶୀତ ସହ ବର୍ଷା ଲୋକଙ୍କୁ ଅସ୍ତବ୍ୟସ୍ତ କରିପକାଉଛି । ତେବେ ବର୍ତ୍ତମାନ ସୁଦ୍ଧା କୌଣସି ସ୍ଥାନରୁ କ୍ଷୟକ୍ଷତିର ରିପୋର୍ଟ ଆସିନାହିଁ । କ୍ଷୟକ୍ଷତିର ରିପୋର୍ଟ ଆସିଲେ ସହାୟତା ପ୍ରଦାନ କରାଯିବ ବୋଲି ସ୍ୱତନ୍ତ୍ର ରିଲିଫ୍‌ କମିଶନର ବିଷ୍ଣୁପଦ ସେଠୀ ସୂଚନା ଦେଇଛନ୍ତି। କ୍ଷୟକ୍ଷତି ଆକଳନ ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ସେ କହିଛନ୍ତି । ରିପୋର୍ଟଆସିବା ପରେ ଏସଡିଆରଏଫ୍ ନିୟମ ଅନୁସାରେ କ୍ଷତିପୂରଣ ଦିଆଯିବ ବୋଲି ସ୍ୱତନ୍ତ୍ର ରିଲିଫ୍‌ କମିଶନର କହିଛନ୍ତି । 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like