ଚଳନ୍ତା କାରରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଗୋଟିଏ ପରିବାରର ୫ ସଦସ୍ୟ

ବାଲିଗୁଡ଼ା: ଚଳନ୍ତା କାରରେ ନିଆଁ ।  ଅଳ୍ପକେ ବର୍ତ୍ତିଲେ ଗୋଟିଏ ପରିବାରର ୫ ସଦସ୍ୟ ।  କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ସକୁଶବାଲି ଗାଁ ନିକଟରେ ଦୁର୍ଘଟଣା ଘଟିଛି । ମହାସିଙ୍ଗ ଗାଁର ସୁନୀଲ ପୂଜାରୀଙ୍କ ପରିବାର ପିକନିକ୍ ଯାଇଥିଲେ। ପିକନିକ୍ ସାରି ଫେରୁଥିବାବେଳେ ହଠାତ୍ କାରରେ ନିଆଁ ଲାଗିଯାଇଥିଲା ।  ତୁରନ୍ତ କାର ଭିତରୁ ବାହାରି ସମସ୍ତେ ଦୌଡି ପଳାଇଥିଲେ ।  କାରଟି ସମ୍ପୂର୍ଣ୍ଣ ଜଳିଯାଇଛି ।  ବାଲିଗୁଡା ଅଗ୍ନିଶମବାହିନୀ ପହଂଚି ନିଆଁକୁ ଆୟତ୍ତ କରିଥିଲା ।  ସଟସର୍କିଟରୁ ନିଆଁ ଲାଗିଥିବା ଅନୁମାନ କରାଯାଉଛି ।

ସୂଚନା ଅନୁସାରେ ଗତ କିଛି ଦିନ ତଳେ ଭୁବନେଶ୍ବର ଚନ୍ଦ୍ରଶେଖରପୁର ଡମଣା ରାସ୍ତା ଉପରେ ଜଳି ଯାଇଥିଲା BMCର କ୍ଲିନିଂ ଗାଡ଼ି । ଧୂଳି ସଫା କରୁଥିବାବେଳେ ହଠାତ୍ ରାସ୍ତା ଉପରେ ଜଳିଯାଇଥିଲା ଗାଡ଼ି । ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା । ଗାଡ଼ିରେ ନିଆଁ ଲାଗିବା ଫଳରେ ଦୀର୍ଘ ସମୟ ଧରି ଯାତାୟାତ ଠପ୍ ହୋଇଯାଇଥିଲା । ତେବେ ନିଆଁ କେମିତି ଲାଗିଲା କାରଣ ଅସ୍ପଷ୍ଟ ରହିଥିଲା ।

You might also like