ଉଦ୍‌ଯାପିତ ହେଲା କଟକର ଐତିହାସିକ ବାଲିଯାତ୍ରା, ଶେଷ ରାତ୍ରୀରେ ବି ପ୍ରବଳ ଭିଡ଼

କଟକ(କେନ୍ୟୁଜ୍):କଟକର ଐତିହାସିକ ବାଲିଯାତ୍ରା ଆଜି ଉଦ୍‌ଯାପିତ ହୋଇଯାଇଛି। ନଭେମ୍ବର ୮ ତାରିଖ, କାର୍ତ୍ତିକ ପୂର୍ଣ୍ଣିମାରୁ ଆରମ୍ଭ ହୋଇଥିବା ବାଲିଯାତ୍ରା ଆଜି ଶେଷ ହେଇଛି। ଆଜି ଥିଲା ଅନ୍ତିମ ଦିବସ। ନଭେମ୍ବର ୧୬ ତାରିଖରେ ଶେଷ ହେବାକୁ ଥିବା କଟକ ଐତିହାସିକ ବାଲିଯାତ୍ରାକୁ ପ୍ରଶାସନ ପକ୍ଷରୁ ଗୋଟିଏ ଦିନ ବଢା ଯାଇଥିଲା।

ଆଜି ଆୟୋଜିତ ଉଦ୍‌ଯାପନୀ ସମାରୋହରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ , ଜିଲ୍ଲାପାଳ ଡ଼ଃ ଭବାନୀ ଶଙ୍କର ଚୟନି, କଟକ ମେୟର ସୁବାସ ସିଂ,ହାଇକୋର୍ଟର ବିଚାରପତିଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷମାନେ ଉପସ୍ଥିତ ରହିଥିଲେ।।

ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ମହାନଦୀରେ ମହାଆଳତି କରିବା ସହ ମହାନଦୀରେ ବୋଟିଂ, ବାଲିଯାତ୍ରାରେ ନିର୍ମିତ ହାଇକୋର୍ଟର ପ୍ରତିବିମ୍ବ ବୁଲିବା ସହ କଟକ ଇନ କଟକ ପ୍ୟାଭିଲିୟନ ବୁଲି ଦେଖିଥିଲେ।ଏହା ସହ କଟକ ଐତିହାସିକ ବାଲିଯାତ୍ରା ବିଶ୍ୱ ପ୍ରସିଦ୍ଧ ଯାତ୍ରା ଓ କଟକ ବାଲିଯାତ୍ରା ବିଷୟରେ ଦେଶର ପ୍ରଧାନମନ୍ତ୍ରୀ ଇଣ୍ଡୋନେସିଆ ବାଲିରେ ମଧ୍ୟ ପ୍ରଶଂସା କରିଥିଲେ ବୋଲି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ କହିଥିଲେ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.