ଉଦଯାପିତ ହୋଇଯାଇଛି କଳିଙ୍ଗନଗରର ତୃତୀୟ ରାଜ୍ୟସ୍ତରୀୟ ମହୋତ୍ସବ

ଯାଜପୁର ରୋଡ (କେ ନ୍ୟୁଜ) : ଉଦଯାପିତ ହୋଇଯାଇଛି କଳିଙ୍ଗନଗରର ତୃତୀୟ ରାଜ୍ୟସ୍ତରୀୟ କଳିଙ୍ଗନଗର ମହୋତ୍ସବ । ଉଦଯାପନୀ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ ଶିଳ୍ପ, ଶକ୍ତି, କ୍ଷୁଦ୍ର, ଅଣୁକ୍ଷୁଦ୍ର, ମଧ୍ୟମ ଉଦ୍ୟୋଗ ଓ ଗୃହ ମନ୍ତ୍ରୀ କ୍ୟାପଟେନ୍ ଦିବ୍ୟ ଶଙ୍କର ମିଶ୍ର ଉପସ୍ଥିତ ରହି ସାଂସ୍କୃତିକ ମଞ୍ଚକୁ ଉଦଘାଟନ କରିଥିଲେ। କଳିଙ୍ଗନଗର ଏଡିଏମ୍ ସନ୍ତୋଷ କୁମାର ମିଶ୍ରଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଶ୍ରୀ ମିଶ୍ର ସୁଖରେ ପରିପୂର୍ଣ୍ଣ ସୁକିନ୍ଦା ବୋଲି କହିଥିଲେ। ଏହା ସହିତ ରାଜ୍ୟର ଅଭିବୃଦ୍ଧି ରେ ଶିଳ୍ପର ଆବଶ୍ୟକତା ରହିଛି । କଳିଙ୍ଗନଗର ରାଷ୍ଟ୍ର ବିକାଶ ରେ ସହାୟକ ହେଉଛି । ଏହି ଅଞ୍ଚଳ ପାଇଁ ଦେଶ ଆଗେଇଛି । ଏଠିକାର ମହୋତ୍ସବ ଏକତାର ସନ୍ଦେଶ ଦେଉଥିବା ସେ କହିଥିଲେ।

photoସମ୍ମାନୀତ ଅତିଥି ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ,ସୁକିନ୍ଦା ବିଧାୟକ ଡ୍ୟାନି ଓରଫ ପ୍ରୀତିରଞ୍ଜନ ଘଡାଇଙ୍କୁ ଭାଇ ବୋଲି ସମ୍ବୋଧନ କରିବା ସହ ତାଙ୍କ ପୌରହିତ୍ୟରେ ହେଉଥିବା ମହୋତ୍ସବ ଆୟୋଜନ କୁ ଭୂରି ଭୂରି ପ୍ରଶଂସା କରିବା ସହ ଏହି ମହୋତ୍ସବ ରାଜ୍ୟ ସ୍ତରରେ ସୁନାମ ପାଇବ ବୋଲି ସେ କହିଥିଲେ । ଅନ୍ୟତମ ଅତିଥି ଭାବେ ଆରକ୍ଷୀ ଅଧିକ୍ଷକ ଚରଣ ସିଂ ମୀନା, ସମ୍ମାନୀତ ଅତିଥି ଭାବେ ଭଣ୍ଡାରୀ ପୋଖରି ବିଧାୟକ ପ୍ରଫୁଲ୍ଲ ସାମଲ ଯୋଗଦେଇ ମହୋତ୍ସବ ରେ ଦିବ୍ୟ।ଙ୍ଗ ମାନଙ୍କୁ ସମ୍ମାନ ଦେବା ଏକ ନିଆରା ପ୍ରକ୍ରିୟା ବୋଲି କହିବା ସହ ରାଜ୍ୟ ସରକାର ଦିବ୍ୟ।ଙ୍ଗ ମାନଙ୍କ ପାଇଁ କରିଥିବା ଯୋଜନା ବିଷୟରେ କହିଥିଲେ । ମୁଖ୍ୟବକ୍ତା ପୂର୍ବତନ ଅର୍ଥମନ୍ତ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ଘଡାଇ ମହୋତ୍ସବ ମଞ୍ଚକୁ ସମ୍ବୋଧିତ କରି ମନ୍ତ୍ରୀ ଶ୍ରୀ ମିଶ୍ରଙ୍କ ନଗଡ଼ା ଓ ସୁକିନ୍ଦା ଗସ୍ତକୁ ପ୍ରଶଂସା କରିଥିଲେ । 

ଅନ୍ୟତମ ଅତିଥି ଭାବେ ଦାନଗଦି ତହସିଲଦାର ବୁଲବୁଲ୍ ବେହେରା, ମଙ୍ଗଳପୁର ସରପଞ୍ଚ ବିଲାସିନୀ ମଲିକ ଓ ସମିତି ସଭ୍ୟା ମଞ୍ଜୁଲତା ମଲିକ୍ ପ୍ରମୁଖ ମଞ୍ଚରେ ଉପସ୍ଥିତ ରହିଥିଲେ ମହୋତ୍ସବର ଆୟୋଜକ ପ୍ରୀତିରଞ୍ଜନ ଘଡାଇ ନିମନ୍ତ୍ରିତ ଅତିଥି ମାନଙ୍କୁ ଉତ୍ତରୀୟ, ପୁଷ୍ପଗୁଚ୍ଛ ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିବା ସହ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.