ଆଗରେ ବନ୍ଦ କିନ୍ତୁ ଭିତରେ ଖୋଲା, ପୋଲିସ ଚଢ଼ାଉ କରି ଦୋକାନ ସିଲ୍‌ କରିବା ସହ ଲଗାଇଲା ଭାରି ଜରିମାନା

ଭୁବନେଶ୍ୱର (କେନ୍ୟୁଜ) : ମହଙ୍ଗା ପଡିଲା କୋଭିଡ୍‌ ନିୟମ ଉଲ୍ଲଂଘନ । ରଜ ପାଇଁ କିଣାକିଣି ଚାଲିଥିବାବେଳେ ଦୋକାନ ସିଲ୍‌ କଲା ପୋଲିସ। ଭୁବନେଶ୍ୱର ଝାରପଡ଼ା ଜେଲ୍‌ ନିକଟରେ ଥିବା ସଗୁନ ଲୁଗା ଦୋକାନରେ ପୋଲିସର ଚଢାଉ। ଦୋକାନ ମାଲିକଙ୍କ ସହ ୨ଜଣ ଗ୍ରାହକଙ୍କୁ ଅଟକ ରଖାଯାଇଛି। କୋଭିଡ୍‌ ନିୟମ ଉଲଂଘନ ଅଭିଯୋଗରେ ଲୁଗା ଦୋକାନ ଉପରେ ୨ହଜାର ଟଙ୍କାର ଫାଇନ୍‌ ଆଦାୟ କରାଯାଇଛି। ଏପଟେ ସିଲ୍‌ ହେଲା ପଟିଆ ଇନ୍‌ଫୋସିଟି ରୋଡରେ ଥିବା ମନୋଜ ଦ ନନଭେଜ୍‌ ୱାର୍ଲଡ। ଲକ୍‌ଡାଉନ୍‌ ସତ୍ତ୍ୱେ ଅଫ୍‌ଲାଇନ୍‌ରେ ବେପାର ଚାଲିଥିବାବେଳେ ବିଏମ୍‌ସି ସିଲ୍‌ କରିଛି। ଗତକାଲି ଦୋକାନ ଖୋଲାଥିବା ଖବର ପାଇ ଇନ୍‌ଫୋସିଟି ଥାନା ପୋଲିସ ପକ୍ଷରୁ ଚଢାଉ କରାଯାଇ ୩ଜଣଙ୍କୁ ଗିରଫ କରିଥିଲା। ଆଜି ଦୋକାନକୁ ସିଲ୍‌ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.