ମେଘୁଆ ପାଗ ସହ କିଛି ଅଞ୍ଚଳରେ ହାଲୁକା ବର୍ଷା ଜାରି: ଆଜି ପାଇଁ ୩ ଜିଲ୍ଲା ପୁରୀ, ଗଞ୍ଜାମ ଓ ଗଜପତିକୁ ୟେଲୋ ସତର୍କତା

ଭୁବନେଶ୍ୱର(କେନ୍ୟୁଜ୍):  ଉପକୂଳରେ ବର୍ଷା। ମେଘୁଆ ପାଗ ସହ କିଛି ଅଞ୍ଚଳରେ ହାଲୁକା ବର୍ଷା। ଆଜି ପାଇଁ ୩ ଜିଲ୍ଲା ପୁରୀ, ଗଞ୍ଜାମ ଓ ଗଜପତିକୁ ୟେଲୋ ସତର୍କତା ଦିଆଇଛି । ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଦୁର୍ବଳ ହୋଇଛି। ସଂଲଗ୍ନ ଆନ୍ଧ୍ରପ୍ରଦେଶ ଉପକୂଳରେ ଥିବା ଲଘୁଚାପ କ୍ରମଶଃ ଦୂର୍ବଳ ହୋଇ ଘୂର୍ଣ୍ଣିବଳୟରେ ପରିଣତ ହୋଇଛି। ଏହା ସହ ଆନ୍ଧ୍ର ପ୍ରଦେଶ ଉପକୂଳରୁ ଉତ୍ତରାଖଣ୍ଡ ପର୍ଯ୍ୟନ୍ତ ସକ୍ରିୟ ରହିଛି ଏକ ଟ୍ରଫ୍‌ ଲାଇନ। ଏହାର ପ୍ରଭାବରେ ରାଜ୍ୟରେ ବିକ୍ଷିପ୍ତ ବର୍ଷା ଲାଗି ରହିଛି।

ଆସନ୍ତା ୨ ଦିନ ପର୍ଯ୍ୟନ୍ତ ରାଜ୍ୟର କିଛି ଜିଲ୍ଲାରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି। ଉତ୍ତର, ଉପକୂଳ ଏବଂ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ଜିଲ୍ଲାରେ ପ୍ରବଳ ବର୍ଷା ନେି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ସକାଳ ସାଢେ ୮ଟା ପର୍ଯ୍ୟନ୍ତ ପ୍ରବଳ ବର୍ଷା ନେଇ ୧୬ ଜିଲ୍ଲାକୁ ଜାରି ହୋଇଛି ୟେଲୋ ଓ୍ଵାର୍ଣ୍ଣିଂ । ଲଘୁଚାପ ଦୁର୍ବଳ ହେବା ପରେ ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତି କରିବା ସହ ଆନ୍ଧ୍ର ଉପକୂଳ ମୁହାଁ ହେଉଛି। ସେପଟେ ଅକ୍ଟୋବର ଦ୍ୱିତୀୟ ସପ୍ତାହରେ ଅର୍ଥାତ ୧୩-୧୪ ତାରିଖ ବେଳକୁ ଆଉ ଏକ ଘୂର୍ଣ୍ଣିବଳୟର ସମ୍ଭାବନା ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.