ତାତିରୁ ମିଳିଲା ଟିକିଏ ଆଶ୍ୱସ୍ତି, କଟକ ଓ ଭୁବନେଶ୍ବରେ ମେଘୁଆ ପାଗ ସହ ଝିପିଝିପି ବର୍ଷା

ତାତିରେ ଲାଗିଲା ସାମାନ୍ୟ ବ୍ରେକ। କଟକ ଓ ଭୁବନେଶ୍ବରେ ମେଘୁଆ ପାଗ ସହ ଝିପିଝିପି ବର୍ଷା ହୋଇଛି । ଟ୍ବିନସିଟି ସମେତ ଆଜି ୬ ଜିଲ୍ଲାକୁ ସତର୍କ ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ଖୋର୍ଦ୍ଧା, ଗଞ୍ଜାମ, ନୟାଗଡ଼, କଟକ, କନ୍ଧମାଳ ଓ ଢେଙ୍କାନାଳକୁ ସତର୍କ ସୂଚନା ରହିଛି । ବଜ୍ରପାତ ସହ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ। ଗତ କିଛି ଦିନ ଧରି ରାଜ୍ୟରେ ଭୟଙ୍କର ଗ୍ରୀଷ୍ମ ପ୍ରବାହ ଜାରି ରହିଛି ।

ଭୁବନେଶ୍ୱର(କେନ୍ୟୁଜ୍‌): ତାତିରେ ଲାଗିଲା ସାମାନ୍ୟ ବ୍ରେକ। କଟକ ଓ ଭୁବନେଶ୍ବରେ ମେଘୁଆ ପାଗ ସହ ଝିପିଝିପି ବର୍ଷା ହୋଇଛି । ଟ୍ବିନସିଟି ସମେତ ଆଜି ୬ ଜିଲ୍ଲାକୁ ସତର୍କ ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ଖୋର୍ଦ୍ଧା, ଗଞ୍ଜାମ, ନୟାଗଡ଼, କଟକ, କନ୍ଧମାଳ ଓ ଢେଙ୍କାନାଳକୁ ସତର୍କ ସୂଚନା ରହିଛି । ବଜ୍ରପାତ ସହ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ। ଗତ କିଛି ଦିନ ଧରି ରାଜ୍ୟରେ ଭୟଙ୍କର ଗ୍ରୀଷ୍ମ ପ୍ରବାହ ଜାରି ରହିଛି ।

ବର୍ତ୍ତମାନ ତାତିରେ ଛଟପଟ ହେଉଛି ଓଡ଼ିଶା। ଆସନ୍ତାକାଲି ମଧ୍ୟ ନିସ୍ତାର ନାହିଁ। ଭୀଷଣ ଗ୍ରୀଷ୍ମ ପ୍ରବାହ ପାଇଁ ମୟୁରଭଞ୍ଜ, କେନ୍ଦୁଝର,ସମ୍ବଲପୁର, ଝାରସୁଗୁଡା, ଅନୁଗୁଳ, ବୌଦ୍ଧ, ସୋନପୁର, ବଲାଙ୍ଗୀର,ନୂଆପଡା,କଳାହାଣ୍ଡି ଜିଲ୍ଲାକୁ ରେଡ ଆଲର୍ଟ ଜାରି ହୋଇଛି । ଟ୍ୱିନ ସିଟି ଭୁବନେଶ୍ୱର କଟକକୁ ଅରେଞ୍ଜ ଆଲର୍ଟ ଜାରି ହୋଇଛି। ଟ୍ବିନ ସିଟିରେ ୨ ରୁ ୩ ଡିଗ୍ରୀ ଖସିବ ପାରଦ । ୪୧ ଡିଗ୍ରୀ ରୁ ୪୨ ଡିଗ୍ରୀ ମଧ୍ୟରେ ଅନେକ ସହର ରହିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର । ୩ ତାରିଖ ବେଳକୁ ପାଗରେ ପରିବର୍ତ୍ତନ ସହ ତାପମାତ୍ରା ସାମାନ୍ୟ ହ୍ରାସ ପାଇବା ସମ୍ଭାବନା ରହିଛି । ମେ ୫ରୁ କାଳବୈଶାଖୀ ବର୍ଷା ହେବ । ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ଅଂଚଳରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ରହିଛି । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଢେଙ୍କାନାଳ, କଟକ, ନୟାଗଡ଼, ଖୋର୍ଦ୍ଧା, କନ୍ଧମାଳ, ରାୟଗଡା, ଗଜପତିରେ ହାଲୁକା ରୁ ମଧ୍ୟମ ଧାରଣ ର ବର୍ଷା ହେବା ନେଇ ଆକଳନ କରିଛି ପାଣିପାଗ ବିଭାଗ ।

You might also like