ଆଜିଠୁ ଦକ୍ଷିଣରେ ବଢିବ ବର୍ଷା, ଆହୁରି ୨-୩ ଦିନ ଲାଗି ରହିବ କୋହଲା ପାଗ

କେନ୍ୟୁଜ୍(ବ୍ୟୁରୋ):ଆଜିଠୁ ଦକ୍ଷିଣରେ ବଢିବ ବର୍ଷା ପରିମାଣ। ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ୱେଲମାର୍କଡ ଲୋ ପ୍ରେସରରେ ପରିଣତ ହୋଇଛି ଡିପ୍ରେସନ୍‌ । ଏବେ ଆଭ୍ୟନ୍ତରୀଣ ତାମିଲନାଡୁ ଓ ସଂଲଗ୍ନ ରୟାଲସୀମାଠାରୁ ଉପକୂଳ ଆନ୍ଧ୍ରପ୍ରଦେଶ ଦେଇ ଆଭ୍ୟନ୍ତରୀଣ ଓଡ଼ିଶା ଯାଏ ସକ୍ରିୟ ଅଛି । ପ୍ରଭାବରେ ଓଡ଼ିଶାରେ କୋହଲା ପାଗ ସହ କିଛି ଜିଲ୍ଲାରେ ଲାଗି ରହିଛି ହାଲୁକା ବର୍ଷା ।

ଆହୁରି ୨-୩ ଦିନ କୋହଲା ପାଗ ଲାଗି ରହିବ ବୋଲି ସୂଚନା ଦେଇଛି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଗତ ୨୪ଘଣ୍ଟାରେ ରାଜ୍ୟରେ ବୃଦ୍ଧି ପାଇଛି ରାତି ତାପମାତ୍ରା। ୨-୩ ଡିଗ୍ରୀ ଯାଏ ବଢ଼ିଛି ରାତିର ତାପମାତ୍ରା । ଭୁବନେଶ୍ୱରରେ ସର୍ବନିମ୍ନ ତାପମାତ୍ରା ୨୨ଡିଗ୍ରୀ ରହିଛି। ଯାହାକି ସ୍ୱାଭାବିକଠାରୁ ୨ରୁ ୩ଡିଗ୍ରୀ ପର୍ଯ୍ୟନ୍ତ ଅଧିକ। ୪ ଦିନ ଯାଏ ଶୀତର ବିଶେଷ ସମ୍ଭାବନା ନଥିବା କହିଛି ପାଣିପାଗ କେନ୍ଦ୍ର । ବର୍ଷା କମିଲେ ପୁଣି ଶୀତ ବଢିବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.