ରଥଯାତ୍ରାରେ ଠେଲାପେଲା ଘଟଣା: ମୃତକଙ୍କ ପରିବାରକୁ ୪ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ପୁରୀ: ରଥଯାତ୍ରାରେ ଠେଲାପେଲା । ଶତାଧିକ ଭକ୍ତ ଆହତ । ପୁରୀ ଶ୍ରୀକ୍ଷେତ୍ରରେ ରଥ ଟାଣିବା ହେଲା କାଳ । କାହାର ଗୋଡ଼ ଭାଙ୍ଗିଲା ତ କିଏ ରକ୍ତାକ୍ତ ହେଲା । ଗରମ ଗୁଳୁଗୁଳି ସାଙ୍ଗକୁ ଦୀର୍ଘ ସମୟ ଅପେକ୍ଷା ପରେ ରଥ ଟାଣିବାର ଉତ୍କଣ୍ଠା ପରେ ଠେଲାପେଲାର ରୂପ ନେଇଥିଲା ।
ଠେଲାପେଲାରେ ୫ଶହରୁ ଊର୍ଦ୍ଧ୍ଵ ଭକ୍ତ ଆହତ ଓ ଅସୁସ୍ଥ ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି ହୋଇଛନ୍ତି । ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିବା ମଧ୍ୟ ସୂଚନା ରହିଛି । ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭିର ଶୋକ ପ୍ରକାଶ କରିବା ସହ ମୃତକଙ୍କ ପରିବାରକୁ ୪ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି । ଆହତ ମାନଙ୍କୁ ନିଶୁଳ୍କ ଚିକିତ୍ସା ଯୋଗାଇଦେବାକୁ ମଧ୍ୟ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।