ଲକ୍‌ ଡାଉନ୍‌ ଯୋଗୁ ରାଜ୍ୟର ସବୁ ପଞ୍ଚାୟତର ଲୋକଙ୍କୁ ଦିଆଯିବ ରନ୍ଧା ଖାଦ୍ୟ, ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

କେନ୍ୟୁଜ୍(ବ୍ୟୁରୋ): ଲକ୍‌ ଡାଉନ୍‌ ଯୋଗୁ ରାଜ୍ୟର ସବୁ ପଞ୍ଚାୟତର ଲୋକଙ୍କୁ ଦିଆଯିବ ରନ୍ଧା ଖାଦ୍ୟ । ଆଜି ଏହି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରତିଦିନ ସବୁ ପଞ୍ଚାୟତର ଶହେରୁ ଦୁଇ ଶହ ଗରିବ ଲୋକଙ୍କୁ ରନ୍ଧା ଖାଦ୍ୟ ଯୋଗାଇ ଦିଆଯିବ । ସ୍ୱୟଂ ସହାୟକ ଗୋଷ୍ଠୀ ଜରିଆରେ ଏହି କାର୍ଯ୍ୟ ସମ୍ପାଦନ କରାଯିବ । ୧୧୪ଟି ପୌରାଞ୍ଚଳର ଷ୍ଟ୍ରିଟ୍‌ ଭେଣ୍ଡରଙ୍କୁ ୩ ହଜାର ଟଙ୍କା ଲେଖାଏଁ ଆର୍ଥିକ ସହାୟତା ଦେବାକୁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହାଦ୍ୱାରା ୬୫ ହଜାର ଷ୍ଟ୍ରିଟ୍‌ ଭେଣ୍ଟର ଉପକୃତ ହେବେ । ଏହାସହ କରୋନା ସଂକ୍ରମଣରୁ ଦୂରେଇ ରହିବା ପାଇଁ ପୁଣି ଥରେ ଲୋକଙ୍କୁ ସଚେତନ କରାଇଛନ୍ତି ମୁଖ୍ୟମନ୍ତ୍ରୀ ।

 

 

 

Leave A Reply

Your email address will not be published.