ନବଙ୍କ ଦ୍ୱାଦଶାହ ସ୍ମୃତି ସଭାରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ, ପରିବାରଙ୍କୁ ଜଣାଇଲେ ସମବେଦନା

ଝାରସୁଗୁଡା(କେନ୍ୟୁଜ୍‌) : ଆଜି ସ୍ବର୍ଗତ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ l ଦ୍ୱାଦଶାହ ସ୍ମୃତି ସଭାରେ ଯୋଗଦେଇ ନବଙ୍କ ଫଟୋଚିତ୍ରରେ ପୁଷ୍ପ ଦେଇ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ପରିବାରବର୍ଗଙ୍କୁ ସମବେଦନା ଜଣାଇଥିଲେ । ଏହି ସ୍ମୃତି ସଭାରେ ବିଜେଡିର ବହୁ ମନ୍ତ୍ରୀ ଓ ନେତାମାନେ ଯୋଗଦେଇଥିଲେ । ସ୍ମୃତି ସଭାରେ ଝିଅ ଦୀପାଳି ସତ୍ୟର ଜୟ ହେବ ବୋଲି କହିଥିଲେ । ବାପାଙ୍କ ସମ୍ପର୍କରେ କହିବା ବେଳେ ଭାବପ୍ରବଣ ହୋଇପଡିଥିଲେ ଦୀପାଳି ।

ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡାକଡ଼ି କରାଯାଇଥିଲା l ସ୍ୱତନ୍ତ୍ର ବିମାନ ଯୋଗେ ଝାରସୁଗୁଡା ସ୍ଥିତ ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରେ ମୁଖ୍ୟମନ୍ତ୍ରୀ ଓଲ୍ହାଇବା ପରେ ସରବହାଲ ସ୍ଥିତ ଅସ୍ଥାୟୀ ହେଲପେଡକୁ ଆସିଥିଲେ l ସେଠାରୁ କଡା ସୁରକ୍ଷା ମଧ୍ୟରେ ମୁଖ୍ୟମନ୍ତ୍ରୀ ସରବାହାଲସ୍ଥିତ ନବ ଦାସଙ୍କ ଶ୍ରଦ୍ଧାଞ୍ଜଳି ସଭାରେ ଯୋଗଦେଇଥିଲେ l ସୁରକ୍ଷା ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ସରବାହାଲ ପଡିଆରେ ଜଣେ ଅତିରିକ୍ତ SP, ଦୁଇ ଜଣ DSP, 3 ପ୍ଲାଟୁନ ପୋଲିସ ଫୋର୍ସ, ବମ୍ବ ସ୍କାଡ଼, ଡ଼ଗ ସ୍କାଡ଼ ନିୟୋଜିତ କରାଯାଇଥିଲା l ଝାରସୁଗୁଡା ଜିଲ୍ଲାପାଳ ସରୋଜ କୁମାର ସାମଲ ଉପସ୍ଥିତ ରହି ସ୍ଥିତି ଯାଞ୍ଚ କରିଥିଲେ l

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.