ଆଜି ଉପନିର୍ବାଚନ ରଣାଙ୍ଗନାକୁ ଓହ୍ଲାଇବେ ବିଜେଡି ସୁପ୍ରିମୋ, ଡିଜିଟାଲ୍‌ ପ୍ଲାଟଫର୍ମରେ ଦୁଇ ଦିନ ଦଳୀୟ ପ୍ରାର୍ଥୀଙ୍କ ପାଇଁ ମାଗିବେ ଭୋଟ୍

ଭୁବନେଶ୍ବର: ଆଜି ଉପନିର୍ବାଚନ ରଣାଙ୍ଗନାକୁ ଓହ୍ଲାଇବେ ବିଜେଡି ସୁପ୍ରିମୋ । ଡିଜିଟାଲ୍‌ ପ୍ଲାଟଫର୍ମରେ ଦୁଇ ଦିନ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ୍‌ ମାଗିବେ ନବୀନ ପଟ୍ଟନାୟକ । ଆଜି ତିର୍ତ୍ତୋଲରେ ଡିଜିଟାଲ୍‌ ପ୍ରଚାର କରିବେ । ବିଜୟ ଶଙ୍କରଙ୍କ ପାଇଁ ବିଜୟ ଶଙ୍ଖ ଫୁଙ୍କିବେ ନବୀନ । ସେହିପରି ଆସନ୍ତାକାଲି ବାଲେଶ୍ୱର ପାଇଁ ଭର୍ଚୁଆଲ୍‌ ପ୍ରଚାରରେ ସ୍ୱରୂପ ଦାସଙ୍କ ପାଇଁ ସମର୍ଥନ ମାଗିବେ ବିଜେଡି ସୁପ୍ରିମୋ । ନିର୍ବାଚନ ତାରିଖ ପାଖଉଥିବାରୁ ପ୍ରଚାର ମୈଦାନ ସରଗରମ ।

ମାଳ ମାଳ ନେତା ନିର୍ବାଚନ ମଣ୍ଡଳୀ ବୁଲୁଛନ୍ତି । ସମର୍ଥକଙ୍କ ଗହଣରେ ପ୍ରାର୍ଥୀ ଭୋଟ୍‌ ମାଗୁଛନ୍ତି । କେଉଁଠି ବାଇକ୍‌ ରାଲି ତ ଆଉ କେଉଁଠି ପଦଯାତ୍ରା କରାଯାଉଛି । ଏହା ସହ ଡୋର୍‌ ଟୁ ଡୋର୍‌ କ୍ୟାମ୍ପେନିଂରେ ଜନତାଙ୍କ ପାଖରେ ପହଞ୍ଚୁଛନ୍ତି ନେତା । ଭୋଟରଙ୍କୁ ନିଜ ସପକ୍ଷରେ ଆଣିବା ପାଇଁ କଳବଳ ଲଗାଇ ଦେଇଛନ୍ତି ତିନି ପ୍ରମୁଖ ଦଳର ନେତା, ପ୍ରାର୍ଥୀ ଓ ସମର୍ଥକ ।

Leave A Reply

Your email address will not be published.