ଦଳ ପାଇଁ ବହୁ ମୁଲ୍ୟବାନ ଥିଲେ ନବ ଦାସ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର(କେନ୍ୟୁଜ୍): ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ବିୟୋଗରେ ଗଭୀର ଶୋକ ବ୍ୟକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସରକାର ଓ ଦଳ ପାଇଁ ସେ ବହୁ ମୁଲ୍ୟବାନ ଥିଲେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ନବ ଦାସଙ୍କ ପରଲୋକ ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ନବଙ୍କ ଜୀବନ ବଞ୍ଚାଇବା ପାଇଁ ଅକ୍ଳାନ୍ତ ଉଦ୍ୟମ କରିଥିଲେ ।

ଡାକ୍ତରଙ୍କ ପ୍ରଚେଷ୍ଟା ସତ୍ତ୍ୱେ ନବଙ୍କ ପରଲୋକ ହୋଇଛି । ସ୍ୱାସ୍ଥ୍ୟ ବିଭାଗରେ ଲୋକଙ୍କ ଉପକାର ପାଇଁ ସେ ବହୁ ପଦକ୍ଷେପ ନେଇଛନ୍ତି । ବିଜୁ ଜନତା ଦଳକୁ ସୁଦୃଢ଼ କରିବାରେ ମୁଖ୍ୟ ଭୂମିକା ରହିଛି । ନବ ତୃଣମୂଳସ୍ତରରେ ନେତା ଥିଲେ । ଦଳମତ ନିର୍ବିଶେଷରେ ସମସ୍ତେ ତାଙ୍କୁ ଭଲ ପାଉଥିଲେ । ନବ ଦାସଙ୍କ ପରଲୋକ ରାଜ୍ୟ ପାଇଁ ବଡ଼ କ୍ଷତି । ତାଙ୍କ ଅମର ଆତ୍ମାର ସଦ୍‌ଗତି କାମନା କରିବା ସହ ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.