ରାଜ୍ୟରେ ଖୁବ୍‌ଶୀଘ୍ର ଆରମ୍ଭ ହେବ ସିଏମ୍ କିଷାନ ଯୋଜନା, କାହାକୁ ମିଳିବ କେତେ ଟଙ୍କା ?

ଭୁବନେଶ୍ୱର : ରାଜ୍ୟରେ ଖୁବଶୀଘ୍ର ଆରମ୍ଭ ହେବ ସିଏମ କିଷାନ ଯୋଜନା । ଏନେଇ ବିଧାନସଭାରେ ବିଧାୟକ ମାନସ ଦତ୍ତଙ୍କ ପ୍ରଶ୍ନରେ ଉତ୍ତର ଦେଇ ଏହା କହିଛନ୍ତି କୃଷି ମନ୍ତ୍ରୀ କେ.ଭି ସିଂହଦେଓ । ଏହି  ଯୋଜନାରେ ବର୍ଷକୁ ଦୁଇଟି କିସ୍ତିରେ ମିଳିବ ଦୁଇ ହଜାର ଲେଖାଏଁ ୪ହଜାର ଟଙ୍କା ।  ସେହିପରି  ଭୂମିହୀନ ଚାଷୀଙ୍କୁ ତିନୋଟି କିସ୍ତିରେ ୧୨୫୦୦ ଟଙ୍କା ଯୋଗାଇ ଦେବେ ରାଜ୍ୟ ସରକାର ।  ନୂଆ ହିତାଧିକାରୀ ସାମିଲ ହେବାକୁ ହେଲେ ସିଏମ୍‌‌ କିଷାନ ପୋର୍ଟାଲରେ ଆବେଦନ କରିପାରିବେ ।

ସେହିପରି ଯୋଗ୍ୟତା ଥାଇ ପିଏମ୍ କିଷାନ ଯୋଜନାରୁ ବାଦ୍‌ ଚାଷୀଙ୍କୁ ସାମିଲ କରାଯିବାର ବ୍ୟବସ୍ଥା ରହିବ । ପ୍ରତ୍ୟେକ ଭୂମିହୀନ କୃଷି ପରିବାରକୁ ସମୁଦାୟ ତିନୋଟି କିସ୍ତିରେ ୧୨ ହଜାର ୫୦୦ ଟଙ୍କା ପ୍ରଦାନ କରାଯିବ ।  ଏହି ପ୍ରିକ୍ରିୟା ଖୁବଶୀଘ୍ର କାର୍ଯ୍ୟକାରୀ କରାଯିବ ବୋଲି ଲିଖିତ ଉତ୍ତର ରଖିଛନ୍ତି । ଅନ୍ୟପଟେ ପିଏମ କିଷାନ ଯୋଦନାର ନିୟମାବଳୀ ଅନୁଯାୟୀ ଚାଷୀମାନେ ଯୋଗ୍ୟ ବିବେଚିତ ହେବେ । ଯୋଗ୍ୟ ବିବେଚିତ ହେଲେ ସେମାନଙ୍କୁ ପିଏମ କିଷାନ ସହାୟତା ରାଶି ପ୍ରଦାନ କରାଯିବ ।