ନେପାଳ ଛାତ୍ରଛାତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଅପିଲ : ଫେରି ଆସନ୍ତୁ, କିଟ୍ କ୍ୟାମ୍ପସରେ ଶାନ୍ତି ଫେରିବ

ଭୁବନେଶ୍ୱର : ନେପାଳ ଛାତ୍ରଛାତ୍ରୀଙ୍କୁ କ୍ୟାମ୍ପସକୁ ଫେରି ଆସିବା ପାଇଁ ଅପିଲ କଲେ ମୁଖ୍ୟମନ୍ତ୍ରୀ । ଗତ ରବିବାର ଦିନ କିଟ୍ ବିଶ୍ବବିଦ୍ୟାଳୟରେ ଇଞ୍ଜିନିୟରିଂ ଛାତ୍ରୀଙ୍କ ମୃତ୍ୟୁ ମାମଲାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ନେପାଳ ସରକାରଙ୍କ ବରିଷ୍ଠ ଅଧିକାରୀଙ୍କ ସହିତ କଥା ହୋଇଛନ୍ତି ।
ଏ ପ୍ରସଙ୍ଗରେ ନେପାଳ ଅଧିକାରୀଙ୍କ ସହ ଆଲୋଚନା କଲେ ଉଚ୍ଚ ଶିକ୍ଷା ଅଧିକାରୀ । ନେପାଳ କାଉନ୍ ସେଲର ସଂଜୀବ ଦାସ ଶର୍ମାଙ୍କ ସହ କଥା ହୋଇଛନ୍ତି ମୁଖ୍ୟମନ୍ତ୍ରୀ । କ୍ୟାମ୍ପସରେ ସ୍ଵାଭାବିକତା ଫେରେଇ ଆଣିବାକୁ ଆଶ୍ଵାସନା ଦେଇଛନ୍ତି । ମୃତ କିଟ୍ ଛାତ୍ରୀଙ୍କୁ ନ୍ୟାୟ ମିଳିବା ନେଇ ଆଶ୍ଵାସନା ଦେଲେ ।
ନେପାଳ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କଲେ ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ । ମନ୍ତ୍ରୀ ମୁକେଶ ମହାଲିଙ୍ଗ, ସୂର୍ଯ୍ୟବଂଶୀ ସୂରଜ ଓ ମୁଖ୍ୟ ସଚିବଙ୍କ ସହ ଆଲୋଚନା କରିଛନ୍ତି। ନେପାଳ ବୈଦେଶିକ ମନ୍ତ୍ରୀ ମଧ୍ୟ ସୂର୍ଯ୍ୟବଂଶୀଙ୍କ ସହ କଥା ହୋଇଛନ୍ତି। କିଟ୍ ବିଶ୍ବବିଦ୍ୟାଳୟରେ ସ୍ଥିତି ସ୍ବାଭାବିକ ଅବସ୍ଥା ଫେରାଇ ଆଣିବାକୁ ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି ।
Also read: ଭିଜିଲାନ୍ସ ଜାଲରେ ଡେପୁଟି କଲେକ୍ଟର, ୫୦ ହଜାର ଲାଞ୍ଚ ନେବା ବେଳେ ଧରାପଡ଼ିଲେ