ପ୍ରଚାର ପାଇଁ ନୂଆପଡ଼ାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ ଛତିଶଗଡ଼ ମୁଖ୍ୟମନ୍ତ୍ରୀ, ଆସନ୍ତାକାଲି ଯିବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ

ଭୁବନେଶ୍ୱର : ପ୍ରଚାର ପାଇଁ ନୂଆପଡ଼ା ବ୍ୟାଟଲ ଗ୍ରାଉଣ୍ଡ ଏବେ ଉଠୁଛି ପଡୁଛି ।  ଆଜି ମଇଦାନକୁ ଓହ୍ଲାଇଲେ ମୁଖ୍ୟମନ୍ତ୍ରୀ । ଗୋଟିଏ ଦିନରେ ଦୁଇ ଦୁଇ ଜଣ ମୁଖ୍ୟମନ୍ତ୍ରୀଙ୍କ କ୍ୟାମ୍ପେନ କରିଛନ୍ତି । ବିଜେପି ପ୍ରାର୍ଥୀ ଜୟ ଢୋଲକିଆଙ୍କ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଏ ପ୍ରଚାର କଲେ । କୋମନା ଉଦ୍ୟାନବନ୍ଧରେ ରୋଡ୍ ସୋ’ରେ କରିଛନ୍ତି ମୋହନ ମାଝୀ । ତାଙ୍କ ସହ ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ, ରାଜ୍ୟ ବିଜେପି ସଭାପତି ମନମୋହନ ସାମିଲ ପ୍ରମୁଖ ସାମିଲ ହୋଇଥିଲେ । ଜୟ ଢୋଲକିଆଙ୍କ ପାଇଁ ଭୋଟ ମାଗିଛନ୍ତି ।

ଆସନ୍ତାକାଲି ପ୍ରଚାର ପାଇଁ ନୂଆପଡ଼ା ଯିବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ପୁଣି ଥରେ ନୂଆପଡ଼ାରେ ଶକ୍ତି ପ୍ରଦର୍ଶନ କରିବାକୁ ଲକ୍ଷ୍ୟ ରଖିଛି ଦଳ। ଖରିଆର ରୋଡରୁ ନୂଆପଡ଼ା ଏନଏସି ଯାଏ ରୋଡ୍ ଶୋ ହେବ, ୬ଟି ସ୍ଥାନରେ ଉଦବୋଧନ ଦେବେ। ଖରିଆର ରୋଡ୍ ଏନଏସିର ଡାଗା, ବିଜୁ ପଟ୍ଟନାୟକ ଛକ ଓ ଲକ୍ଷ୍ମୀନାରାୟଣ ପତି ଛକରେ ସାଧାରଣ ଜନତାଙ୍କୁ ଉଦବୋଧନ ଦେବେ। ନୂଆପଡ଼ା ଏନଏସିର ସୂର୍ଯ୍ୟନାରାୟଣ ଛକ, ଗାୟତ୍ରୀ ଛକ ଓ ଏକତା ଛକ ଦେଇ ରୋଡ୍ ଶୋ କରିବେ ନବୀନ। ଏହା ପରେ ନୂଆପଡା ବ୍ଲକରେ ପରକୋଡ଼ ନିର୍ବାଚନୀ ସଭାରେ ନିର୍ବାଚନୀ ପ୍ରଚାର କରିବେ ବିଜେଡି ସଭାପତି।

ଅନ୍ୟପଟେ ନୂଆପଡ଼ା ପାଇଁ ଇସ୍ତାହାର ଜାରି କରିଛି କଂଗ୍ରେସ। ଫୋକସରେ ରହିଛି କୃଷି ଓ କୃଷକ, ଦାଦନ ରୋକିବା, ଆଦିବାସୀଙ୍କ ଅଧିକାର, ମହିଳାଙ୍କ ବିକାଶ ସହ ଶିକ୍ଷା ଓ ସ୍ୱାସ୍ଥ୍ୟ ସେବା। ନୂଆପଡା ପାଇଁ କଂଗ୍ରେସର ଅବଦାନ କଣ? ବର୍ତ୍ତମାନ କଣ ସମସ୍ୟା ରହିଛି? ଏହାର ପ୍ରତିକାର କେମିତି ହେବ? ତାକୁ ଇସ୍ତହାରରେ ସ୍ଥାନ ଦେଇଛି କଂଗ୍ରେସ।

Also read :ରାଜ୍ୟରେ ସୁଦୃଢ଼ ହେବ କୋଷ୍ଟାଲ୍ ସିକ୍ୟୁରିଟି, ବ୍ୟବହାର ହେବ ନୂଆ ପ୍ରଯୁକ୍ତିବିଦ୍ୟା : ପୋଲିସ ମହାନିର୍ଦ୍ଦେଶକ