ଦିବ୍ୟାଙ୍ଗଙ୍କୁ ବର୍ଦ୍ଧିତ ମାସିକ ଭତ୍ତା ୩୫୦୦ ଟଙ୍କା ବାଣ୍ଟିଲେ ମୁଖ୍ୟମନ୍ତ୍ରୀ, କେନ୍ଦୁଝରରେ ସାମାଜିକ ସୁରକ୍ଷା ପେନସନର କଲେ ଶୁଭାରମ୍ଭ

କେନ୍ଦୁଝର: କେନ୍ଦୁଝରରେ ବର୍ଦ୍ଧିତ ସାମାଜିକ ସୁରକ୍ଷା ପେନସନ୍ ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । କେନ୍ଦୁଝର ଧରଣୀଧର ବିଶ୍ଵବିଦ୍ୟାଳୟ ପଡ଼ିଆରେ ଯୋଜନାର ଶୁଭାରମ୍ଭ କରିଛନ୍ତି । ୮୦ ବର୍ଷରୁ ଊର୍ଦ୍ଧ୍ବ ହିତାଧିକାରୀ ଓ ଦିବ୍ୟାଙ୍ଗଙ୍କୁ ମାସିକ ୩୫୦୦ ଟଙ୍କା ଲେଖାଏ ମିଳିବ ବର୍ଦ୍ଧିତ ଭତ୍ତା । ଜିଲ୍ଲାର ୧୩ ବ୍ଲକର ୯ ହଜାର ୯୧୩ ହିତାଧିକାରୀ ବର୍ଦ୍ଧିତ ପେନସନ ପାଇବେ ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି , ବିଗତ ଦିନର ସରକାର ଲୋକଙ୍କ ଆଶା ପୂରା କରିବାରେ ଫେଲ୍ ମାରିଥିଲେ । ଯେଉଁ କାରଣରୁ ଗତ ନିର୍ବାଚନରେ ଲୋକ ତାଙ୍କୁ ଉଚିତ୍ ଜବାବ୍ ଦେଇଛନ୍ତି । ପୁରୁଣା ସରକାରଙ୍କୁ ବଦଳେଇ ନୂଆ ସରକାର ରାଜ୍ୟରେ ଆଣିଥିବାରୁ ମୁଖ୍ୟମନ୍ତ୍ରୀ ଲୋକଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ଅନ୍ୟପଟେ ବଡ଼ବିଲ୍ ମହୋତ୍ସବର ସିଲଭର୍ ଜୁବୁଲି ବି ଉଦଘାଟନ କରିବେ CM। ମୁଖ୍ୟମନ୍ତ୍ରୀଙ୍କ ସହ ଘଷିପୁରା ବିଧାୟକ ବଦ୍ରୀ ନାରାୟଣ ପାତ୍ର, ଚମ୍ପୁଆ ବିଧାୟକ ସନାତନ ମହାକୁଡୁ,ତେଲକୋଇ ବିଧାୟକ ଫକୀର ମୋହନ ନାଏକ,ପାଟଣା ବିଧାୟକ ଅଖିଳ ନାଏକ,ଜିଲା ପରିଷଦ ଅଧକ୍ଷା ସାଗରିକା ସାହୁ, ଜିଲ୍ଲାପାଳ ଵିଶାଲ ସିଂ ପ୍ରମୁଖ ଉପସ୍ଥିତ ଅଛନ୍ତି ।

You might also like