ବରଗଡ଼ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଓଡ଼ିଶାର ଚାଷୀଙ୍କୁ ପିଏମ୍ କିଷାନ ସମ୍ମାନ ନିଧି କିସ୍ତି ପ୍ରଦାନ କଲେ

ବରଗଡ଼ : ସେପଟେ ଓଡ଼ିଶାର ଚାଷୀଙ୍କୁ ପିଏମ୍ କିଷାନ ସମ୍ମାନ ନିଧି କିସ୍ତି ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ବରଗଡ଼ ଗସ୍ତରେ ଯାଇ ସେଠାକାର କିଛି ଚାଷୀଙ୍କୁ ପିଏମ କୃଷକ ସମ୍ମାନ ନିଧି ଯୋଜନାରେ ଅର୍ଥରାଶି ପ୍ରଦାନ କରିଛନ୍ତି । ଏହି ଅବସରରେ ୧୫ ଦିନ ମଧ୍ୟରେ ବାକି ଚାଷୀଙ୍କୁ ମିଳିବ ପିଏମ୍ କିଷାନ ସମ୍ମାନ ନିଧି ଯୋଜନାରେ ସହାୟତା ମିଳିବ ବୋଲି ସେ କହିଛନ୍ତି । ବାକି ରହିଥିବା ସାଢ଼େ ୪୦ ହଜାର ଚାଷୀଙ୍କୁ ମିଳିବ କିସ୍ତି ଟଙ୍କା। ଯେଉଁମାନଙ୍କ ନାଁ ସାମିଲ ହୋଇନି ସେମାନଙ୍କ ନାଁ ସାମିଲ କରାଯାଇ କିସ୍ତି ଟଙ୍କା ଦିଆଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।
ବାରାଣସୀରେ ଆୟୋଜିତ କାର୍ଯ୍ୟକ୍ରମରେ ପିଏମ୍ କିଷାନ ନିଧି ଯୋଜନାର ୧୭ତମ କିସ୍ତି ଟଙ୍କାକୁ ପ୍ରଦାନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରାୟ ୯କୋଟି ୨୬ ଲକ୍ଷ ଚାଷୀଙ୍କ ଜମାଖାତାରେ ଡିବିଟି ମାଧ୍ୟମରେ ୨୦ହଜାର କୋଟି ଟଙ୍କା ଜମା କରାଯାଇଛି । ପିଏମ କିଷାନ ଯୋଜନା ଡିବିଟି ମାଧ୍ୟମରେ ଚାଷୀଙ୍କୁ ପ୍ରଦାନ କରାଯିବାରେ ବିଶ୍ବର ସବୁଠାରୁ ବୃହତ ଯୋଜନା ପାଲଟିଥିବା କହିଛନ୍ତି ମୋଦି । ବର୍ତ୍ତମାନ ସୁଦ୍ଧା ଏହି ଯୋଜନାରେ ଦେଶର ଚାଷୀଙ୍କ ଜମାଖାତାରେ ୩. ୨୫ ଲକ୍ଷ କୋଟି ଟଙ୍କା ପ୍ରଦାନ କରାଇଯାଇଥିବା ସେ କହିଛନ୍ତି । ତୃତୀୟ ଥର ପାଇଁ ବାରଣାସୀରୁ ସାଂସଦ ଭାବେ ନିର୍ବାଚିତ ହେବା ପରେ ଏହା ମୋଦିଙ୍କ ପ୍ରଥମ ଗସ୍ତ।