ବଦଳିଲା ମୁଖ୍ୟମନ୍ତ୍ରୀଙ୍କ ଠିକଣା, ନୂଆ ସରକାରୀ ବାସଭବନକୁ କଲେ ଗୃହ ପ୍ରବେଶ

ଭୁବନେଶ୍ଵର : ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଗୃହ ପ୍ରବେଶ । ନୂଆ ସରକାରୀ ବାସଭବନରେ ପ୍ରବେଶ କଲେ ମୁଖ୍ୟମନ୍ତ୍ରୀ । ଭୁବନେଶ୍ବର ଏଜି ଅଫିସରୁ ରାଜଭବନ ରାସ୍ତାରେ ଥିବା ବାସଭବନରେ ପୂଜାର୍ଚ୍ଚନା ପରେ ମୁଖ୍ୟମନ୍ତ୍ରୀ ଗୃହ ପ୍ରବେଶ କରିଛନ୍ତି । ପୁରୀରୁ ୧୧ ଜଣ ବ୍ରାହ୍ମଣ ଆସି ଏହି ପୂଜା କରିଥିବା ଜଣାପଡ଼ିଛି । ପ୍ରଥମେ ୨ଟି ଗାଈଙ୍କୁ ପୂଜା କରି ସେମାନଙ୍କୁୂ ଗୃହରେ ପ୍ରବେଶ କରାଯାଇଥିଲା ।  ଏହାପରେ ମୁଖ୍ୟମନ୍ତ୍ରୀ ସପରିବାର ସହିତ ଘରେ ପ୍ରବେଶ କରିଛନ୍ତି ।

ଗୃହ ପ୍ରବେଶ ସମୟ ୧୦ଟା ୪୭ ମିନିଟ୍ ଥିଲା । ୨ ମହଲା ବିଶିଷ୍ଟ ମୁଖ୍ୟମନ୍ତ୍ରୀଙ୍କ କ୍ୱାଟର୍ସରେ ଏକାଧିକ ସମ୍ମିଳନୀ କକ୍ଷ ସାଙ୍ଗକୁ ୱାଚ ଟାୱାର ରହିଛି । ଘର ଆଗରେ ବଡ଼ ବଗିଚା ରହିଛି  । ୮ ମାସ ଧରି ମୁଖ୍ୟମନ୍ତ୍ରୀ କ୍ୱାଟର୍ସର ମରାମତି ଚାଲିଥିଲା । ଦୀର୍ଘ ୨୬ ବର୍ଷ ହେବ କ୍ୱାଟର୍ସରେ ଅବ୍ୟବହୃତ ହୋଇ ପଡ଼ି ରହିଥିଲା ।  ତେବେ ପୂର୍ବରୁ ଗାନ୍ଧୀମାର୍ଗ କ୍ବାର୍ଟର୍ସରେ ରହୁଥିଲେ ମୁଖ୍ୟମନ୍ତ୍ରୀ ।

 

ଆହୁରି ପଢ଼ନ୍ତୁ : ବିଜୁ ପଟ୍ଟନାୟକ ଜୟନ୍ତୀରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ଏଣିକି ଦିଆଯିବ କଳିଙ୍ଗ ୟୁନିସ୍କୋ ଆୱାର୍ଡ