ଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଭୁବନେଶ୍ୱର :  ଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ  । ବିଭିନ୍ନ ସରକାରୀ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଦିଲ୍ଲୀ ଯାଇଛନ୍ତି ।  ଦିଲ୍ଲୀରେ ଜାତୀୟ ରାଜପଥ ସମୀକ୍ଷା ବୈଠକ । ଆଜି ପୂର୍ବାହ୍ନରେ ସଡ଼କ ପରିବହନ ଓ ଜାତୀୟ ରାଜପଥ ମନ୍ତ୍ରାଳୟ ଦ୍ବାରା ଆୟୋଜିତ ଜାତୀୟ ରାଜପଥ ନିର୍ମାଣ ସମୀକ୍ଷା ବୈଠକରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ ମୋହନ ମାଝି । ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ସହ ଓଡ଼ିଶାରେ ଜାତୀୟ ରାଜପଥର ବିକାଶ ନେଇ ମୁଖ୍ୟମନ୍ତ୍ରୀ ଆଲୋଚନା କରିବେ । ଯୋଗଦେବେ ସଡ଼କ ପରିବହନ ମନ୍ତ୍ରୀ ନୀତୀନ ଗଡକାରୀ । ଆଉ କିଛି ସମୟ ପରେ ଭାରତ ମଣ୍ଡପରେ ବସିବ ବୈଠକ । ମୁଖ୍ୟମନ୍ତ୍ରୀଙ୍କ ସହ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ମଧ୍ୟ ଏହି ଆଲୋଚନାରେ ଯୋଗ ଦେବେ । ଏହା ସହ କେତେକ କେନ୍ଦ୍ରମନ୍ତ୍ରୀ ଓ କେନ୍ଦ୍ରୀୟ ନେତୃତ୍ବଙ୍କୁ ଗସ୍ତ କାଳରେ ଭେଟିବାର କାର୍ଯ୍ୟକ୍ରମ ରହିଛି । ଆସନ୍ତାକାଲି ପୂର୍ବାହ୍ନରେ ଭୁବନେଶ୍ୱର ଫେରିବେ ମୁଖ୍ୟମନ୍ତ୍ରୀ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like