ନିମାପଡ଼ାରେ ନବୀନଙ୍କ ସୁପର ସୋ’, ବିଜେଡି ପ୍ରାର୍ଥୀଙ୍କୁ ଆଶୀର୍ବାଦ କରିବାକୁ କଲେ ଅପିଲ

ନିମାପଡ଼ାରେ ନବୀନଙ୍କ ସୁପର ସୋ’। ହଜାର ହଜାର ଲୋକଙ୍କ ସମାଗମ । ନିମାପଡ଼ା ଗୁଲୁଗୁଲା ଛକରୁ ମୁଖ୍ୟମନ୍ତ୍ରୀଙ୍କ ରୋଡ୍ ସୋ’ ଆରମ୍ଭ ହୋଇଥିବା ବେଳେ ଏହା ହରିପୁର ଯାଏ ଯିବ । ମୁଖ୍ୟମନ୍ତ୍ରୀଙ୍କ ଝଲକ୍ ପାଇଁ ହଜାର ହଜାର ଲୋକ ଅପେକ୍ଷା କରିଛନ୍ତି । ରୋଡ ସୋରେ ବିଭିନ୍ନ ସ୍ଥାନରେ ଲୋକଙ୍କୁ ସମ୍ବୋଧନ କରୁଛନ୍ତି ବିଜେଡି ସୁପ୍ରିମୋ ।

ବିଜେଡି ପ୍ରାର୍ଥୀଙ୍କୁ ଆଶୀର୍ବାଦ କରିବାକୁ ଅପିଲ କରିଛନ୍ତି । ଏଥର ନିମାପଡା ବିଧାନସଭାରେ ବଡ ଲଢେଇ ହେଉଛି । ବିଜେଡିରୁ ଦିଲ୍ଲୀପ ନାୟକ ପ୍ରାର୍ଥୀ ହୋଇଥିବା ବେଳେ ବିଜେପିରୁ ପ୍ରଭାତୀ ପରିଡା ପ୍ରାର୍ଥୀ ଅଛନ୍ତି । ବଡ ଲଢ଼େଇକୁ ଦୃଷ୍ଟିରେ ରଖି ବିଜେଡି ୮ରୁ ଅଧିକ ବିଜେଡି ନେତାଙ୍କୁ ନିର୍ବାଚନ ସଂଯୋଜକ ଭାବେ ଦାୟିତ୍ଵ ଦେଇଛି ଦଳ । ଆଜି ନିମାପଡ଼ାରେ ବିରାଟ ରୋଡ ସୋରେ ନବୀନ ବିଜେଡି ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗୁଛନ୍ତି ।