କେନ୍ୟୁଜ୍(ବ୍ୟୁରୋ): ସୁନ୍ଦରଗଡ଼ରେ ପ୍ରତିଷ୍ଠା ହେଉ ଏମ୍ସ । କ୍ଲିନ ଏନର୍ଜି ସେସ୍ରୁ ଓଡ଼ିଶାକୁ ମିଳୁ ୬୦ ପ୍ରତିଶତ । କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କ ନିକଟରେ ଏହି ଦାବି ଦୋହରାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଜି ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିଲେ କେନ୍ଦ୍ର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ । ସାକ୍ଷାତ ଆଲୋଚନା ସମୟରେ ସୁନ୍ଦରଗଡ଼ରେ ଏମ୍ସ ପ୍ରସଙ୍ଗ ଉଠାଇଥିଲେ । କହିଥିଲେ, ସୁନ୍ଦରଗଡ଼ରେ ୫ ଶହ ବେଡ୍ର ହସ୍ପିଟାଲ ଓ ଶହେ ସିଟ୍ ବିଶିଷ୍ଟ ମେଡିକାଲ କଲେଜର ଇଣ୍ଟିଗ୍ରେଟେଡ୍ କ୍ୟାମ୍ପସ ନିର୍ମାଣ କରିସାରିଛି ଏନ୍ଟିପିସି । ନିର୍ମାଣ ସରିଥିଲେ ମଧ୍ୟ କାର୍ଯ୍ୟକ୍ଷମ ହୋଇ ନାହିଁ । ଦେଶର ଶକ୍ତି ସୁରକ୍ଷା ସହ ଇସ୍ପାତ ଓ ଆଇରନ ଓର୍ ଉତ୍ପାଦନରେ ସୁନ୍ଦରଗଡ଼ର ଅବଦାନ ରହିଛି । ତେଣୁ କେନ୍ଦ୍ର ସରକାର ସୁନ୍ଦରଗଡ଼ର ବହୁ ଦିନର ଦାବି ପୂରଣ କରିବାକୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି । ଏହାସହ ତାଳଚେରରେ ଏମ୍ସିଏଲ ମେଡିକାଲ କଲେଜ ଓ ହସ୍ପିଟାଲକୁ କାର୍ଯ୍ୟକ୍ଷମ କରିବାକୁ କହିଛନ୍ତି । ବହୁ ଦିନରୁ ଭିତ୍ତିଭୂମି ପ୍ରସ୍ତୁତ ହୋଇ ରହିଛି ।
୫ଶହ ବେଡ୍ର ହସ୍ପିଟାଲ ଏବଂ ଶହେ ସିଟ୍ର ମେଡିକାଲ କଲେଜ କାର୍ଯ୍ୟକ୍ଷମ ହେଲେ ଅନୁଗୁଳ ଓ ଢେଙ୍କାନାଳବାସୀ ଉପକୃତ ହେବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଏହି ଆଲୋଚନା ସମୟରେ କ୍ଲିନ୍ ଏନର୍ଜୀ ସେସ୍ ଏବଂ ଓଡ଼ିଶାରୁ ଆଦାୟ ହେଉଥିବା ସେସ୍ର ୬୦ ପ୍ରତିଶତ ରାଜ୍ୟକୁ ଦେବାକୁ ଦାବି ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୨୦୨୦-୨୧ ଆର୍ଥିକ ବର୍ଷରେ ଓଡ଼ିଶା ୧୫୩.୮୫ ମିଲିଅନ ଟନ୍ କୋଇଲା ଉତ୍ପାଦନ କରିଥିଲା। ଯାହା ଦେଶର ଉତ୍ପାଦିତ କୋଇଲାର ୨୫ ପ୍ରତିଶତ ।
କେନ୍ଦ୍ର ସରକାର ଟନ୍ ପିଛା ୪ଶହ ଟଙ୍କା କ୍ଲିନ ଏନର୍ଜି ସେସ ସଂଗ୍ରହ କରୁଛି। ପ୍ରାୟ ୫୦ ହଜାର କୋଟି ଟଙ୍କା ସଂଗ୍ରହ ହୋଇଛି। ଏହାର ୬୦ ପ୍ରତିଶତ ଅର୍ଥାତ ପ୍ରାୟ ୩୦ ହଜାର କୋଟି ଟଙ୍କା, ଓଡ଼ିଶାର କୋଇଲା ଖଣି ଅଂଚଳର ବିକାଶରେ ବ୍ୟବହାର କରି ହେବ । ଆଜିର ସାକ୍ଷାତ ଆଲୋଚନା ସମୟରେ ରେଳ, କୋଇଲା ଓ ଖଣି ରାଷ୍ଟ୍ରମନ୍ତ୍ରୀ ରୋସହେବ ପାଟିଲ ଦନଭେ ଉପସ୍ଥିତ ଥିଲେ।
ଭାରତର ଦକ୍ଷିଣ ରାଜ୍ୟ କେରଳର ନାଁ ବହୁତ ଜଲ୍ଦି ବଦଳିପାରେ । କେରଳ ବିଧାନସଭା ସୋମବାର ସର୍ବସମ୍ମତିକ୍ରମେ ଏକ ପ୍ରସ୍ତାବ…
ଭୁବନେଶ୍ୱର : ସୁଭଦ୍ରା ଯୋଜନାରେ ହେଉଥିବା ଗୁଜବକୁ ବିଶ୍ବାସ କରନ୍ତୁ ନାହିଁ । ଯୋଜନା ଉପରେ କୌଣସି ଭୁଲ ଖବର…
ତାଜ ମହଲ ଦେଖିବାକୁ ଆସି ଜୀବନ ମୃତ୍ୟୁ ସହ ସଂଘର୍ଷ କଲା କୁନି ଝିଅ । ବାପା ମା’ଙ୍କ ସହ…
ମାଲକାନଗିରି : ଉପାନ୍ତ ମାଲକାନଗିରି ଜିଲ୍ଲାରେ ଗରିବ ଆଦିବାସୀ ଲୋକଙ୍କ ଯାତାୟାତର ଏବଂ ଆର୍ଥିକ ଉର୍ଣ୍ଣତି ପାଇଁ ଗତ ରାଜ୍ୟ…
ବିମାନରେ ବସି ଯାତ୍ରା କରୁଥିଲେ ଯାତ୍ରୀ । ହେଲେ ହଠାତ୍ ଯାତ୍ରୀଙ୍କ ନାକରୁ ରକ୍ତ ବାହାରିବା ସହ କାନରେ ଯନ୍ତ୍ରଣା…
କଣ୍ଟାବାଞ୍ଜି: ଟଙ୍କା ନେଇ ଛୁ ମାରିଲେ, ହେଲେ ଚୁପ୍ ବସିଲେନି ଗାଁର ମହିଳାମାନେ । ସିଧା ଘରକୁ ଗଲେ ଆଉ…