ମୁଖ୍ୟମନ୍ତ୍ରୀଙ୍କ ଯାଜପୁର ଜିଲ୍ଲା ଗସ୍ତ , ଦତ୍ତପୁରରେ ବିଭିନ୍ନ ପ୍ରକଳ୍ପର କଲେ ଉଦ୍‌ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ

ଯାଜପୁର(କେନ୍ୟୁଜ୍) : ଯାଜପୁର ଜିଲ୍ଲା ଗସ୍ତରେ ମୁଖ୍ୟମନ୍ତ୍ରୀ । ଦଶରଥପୁର ବ୍ଲକର ଦତ୍ତପୁର, ଧର୍ମଶାଳା ବ୍ଲକର ଜାରକା ଓ ବିଂଝାରପୁର ବ୍ଲକର ଯଜ୍ଞ ପଡିଆରେ ତିନିଟି କାର‌୍ୟ୍ୟକ୍ରମରେ ଯୋଗଦେଉଛନ୍ତି ନବୀନ। ପ୍ରଥମେ ଦଶରଥପୁର ବ୍ଲକ ଦତ୍ତପୁରରେ ପହଞ୍ଚି ୪କୋଟି ଟଙ୍କା ବ୍ୟୟରେ ୨ଟି ପ୍ରକଳ୍ପର ଉଦ୍‌ଘାଟନ କରିଛନ୍ତି। ଏଥିସହ ୯୬କୋଟି ଟଙ୍କା ବ୍ୟୟରେ ୭ଟି ପ୍ରକଲ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। ଏହାପରେ ଏକ ସାଧାରଣ ସମାବେଶରେ ଯୋଗ ଦେଇ ନବୀନ କହିଛନ୍ତି, କାଳିଆ ସାରା ଦେଶ ପାଇଁ ଏକ ମଡେଲ୍‌ ଯୋଜନା।

cm naveen2ବିନା ସୁଧରେ ଚାଷୀଙ୍କୁ ଋଣ ଦିଆଯାଉଛି। ଜମି ଥାଉ କି ନଥାଉ ସବୁ ଚାଷୀଙ୍କୁ ସୁବିଧା ମିଳିବ। ଚାଷୀର ଉନ୍ନତିରେ ଦେଶର ଉନ୍ନତି। ମୋ ସରକାର ଗରିବ, ଯୁବକ ଓ ଦଳିତ ବର୍ଗଙ୍କ ସରକାର ବୋଲି ନବୀନ କହିଛନ୍ତି। ସେଠାରୁ ଧର୍ମଶାଳା କଳ୍ପତରୁ ଦାସ ଷ୍ଟାଡିୟମ ଯାଇ ୪କୋଟି ୫୭ଲକ୍ଷ ଟଙ୍କାର ୨୪୫ଟି ପ୍ରକଳ୍ପର ଶୁଭ ଉଦ୍‌ଘାଟନ କରିବେ ନବୀନ । ଏହା ମଧ୍ୟରେ ରହିଛି ଶହେଟି ଆମ ଗାଁ ଆମ ବିକାଶ ପ୍ରକଳ୍ପ । ଏହା ସହ ୨୩କୋଟି ୭୦ଲକ୍ଷ ଟଙ୍କାର ୯ଟି ପ୍ରକଳ୍ପର ଭିତ୍ତପ୍ରସ୍ତର ସ୍ଥାପନ କରିବେ । ପରେ ମୁଖ୍ୟମନ୍ତ୍ରୀଙ୍କୁ ବିଂଝାରପୁର ଗସ୍ତରେ ଯାଇ ୩୮ କୋଟି ଟଙ୍କାର ୫ଟି ପ୍ରକଳ୍ପ ପାଇଁ ଉଦ୍‌ଘାଟନ କରିବେ । ଏଥିସହ ୩କୋଟି ଟଙ୍କାର ୨ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବାର କାର‌୍ୟ୍ୟକ୍ରମ ରହିଛି ।