ବାଲିଅନ୍ତା(କେନ୍ଯୁଜ୍) : କୁଶଭଦ୍ରା ନଦୀ ଉପରେ ମହାତ୍ମା ସେତୁ ଲୋକାର୍ପିତ । ବାଲିଅନ୍ତା ଭୁବନପୁର କୁଶଭଦ୍ରା ଉପରେ ଥିବା ଏହି ସେତକୁ ଉଦ୍ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବନ ପଟ୍ଟନାୟକ । ସେତୁର ଲମ୍ବ ୩୮୦ ମିଟର । ୨୬ କୋଟି ୭୫ ଲ% ୪୫ ହଜାର ଟଙ୍କା ବ୍ୟୟରେ ଏହି ସେତୁ ନିର୍ମାଣ କରାଯାଇଛି । ମୁଖ୍ୟମନ୍ତ୍ରୀ ପ୍ରଥମେ ବାଲିଅନ୍ତା ହାଟ ନିକଟରେ ପହଞ୍ଚିବା ପରେ ଏହି ସେତୁର ଉଦ୍ଘାଟନ କରିଥିଲେ ।
ଏହା ସହ ୧୫୦ ତମ ଜୟନ୍ତୀ ଉପଲକ୍ଷେ ରାଜ୍ୟବ୍ୟାପୀ ଗାନ୍ଧୀ ଶାନ୍ତି ସଦ୍ଭାବନା ଜ୍ୟୋତି ଯାତ୍ରାର ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ ଅର୍ଥମନ୍ତ୍ରୀ ଶଶୀଭୂଷଣ ବେହେରାଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଓ ସ୍ଥାନୀୟ ଲୋକେ ଉପସ୍ଥିତ ଥିଲେ ।