ପାରାଦୀପକୁ ୩ଟି ପ୍ରକଳ୍ପ ଭେଟି ଦେଲେ ମୁଖ୍ୟମନ୍ତ୍ରୀ, ସୃଷ୍ଟିହେବ ୩୫ ହଜାରରୁ ଊର୍ଦ୍ଧ୍ବ କର୍ମନିଯୁକ୍ତି
ଓଡ଼ିଶା ଶିଳ୍ପାୟନ ଯାତ୍ରାରେ ଯୋଡ଼ି ହେଲା ଆଉ ଏକ ନୂଆ ଅଧ୍ୟାୟ । ପାରାଦୀପକୁ ୩ଟି ପ୍ରକଳ୍ପ ଭେଟି । ୩ ନୂଆ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ନିବେଶ କରିବ ୬୫ ହଜାର କୋଟି ଟଙ୍କା । ବାର୍ଷିକ ୧୩.୨ ମିଲିୟନ ମେଟ୍ରିକ୍ ଟନ କ୍ଷମତାସମ୍ପନ୍ନ କାରଖାନା ନିର୍ମାଣ ହେବ ।
ପାରାଦୀପ (କେନ୍ୟୁଜ): ଓଡ଼ିଶା ଶିଳ୍ପାୟନ ଯାତ୍ରାରେ ଯୋଡ଼ି ହେଲା ଆଉ ଏକ ନୂଆ ଅଧ୍ୟାୟ । ପାରାଦୀପକୁ ୩ଟି ପ୍ରକଳ୍ପ ଭେଟି । ୩ ନୂଆ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପାରାଦୀପରେ JSW-ଉତ୍କଳ ମେଗା ଷ୍ଟିଲ ପ୍ଲାଣ୍ଟ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏରସମା ବ୍ଲକ ଢିଙ୍କିଆ ପଞ୍ଚାୟତର ଚାରିଦେଶରେ ଇଣ୍ଟିଗ୍ରେଟେଡ୍ ଷ୍ଟିଲ ପ୍ଲାଣ୍ଟ ପ୍ରତିଷ୍ଠା କରିବ JSW । ନିବେଶ କରିବ ୬୫ ହଜାର କୋଟି ଟଙ୍କା । ବାର୍ଷିକ ୧୩.୨ ମିଲିୟନ ମେଟ୍ରିକ୍ ଟନ କ୍ଷମତାସମ୍ପନ୍ନ କାରଖାନା ନିର୍ମାଣ ହେବ ।
ବିକାଶ ଆଜି ଓଡ଼ିଶାର ପରିଚୟ ହୋଇଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଜଗତସିଂହପୁର ଆସିଲେ ବିଜୁବାବୁଙ୍କ କଥା ମନେ ପଡ଼େ । ଖୁସିର କଥା ଆଜି ପାରାଦ୍ବୀପରେ ମେଗା ଷ୍ଟିଲ ପ୍ଲାଣ୍ଟର ଶିଳାନ୍ୟାସ ହେଲା । ଓଡ଼ିଶା ପାଇଁ ପାଖାପାଖି ୯୦ ହଜାର କୋଟି ଟଙ୍କାର ନିବେଶ ଆଣିଛି। ପ୍ଲାଣ୍ଟ କାର୍ଯ୍ୟକ୍ଷମ ହେଲେ ରାଜ୍ୟରେ ସୃଷ୍ଟି ହେବ ୩୫ ହଜାରରୁ ଊର୍ଦ୍ଧ୍ବ ନିଯୁକ୍ତି । ଶିଳ୍ପ,ଭିତ୍ତିଭୂମି, ଶିକ୍ଷା ଓ ସ୍ବାସ୍ଥ୍ୟ କ୍ଷେତ୍ରରେ ନୂଆ ଯୁଗ ଆରମ୍ଭ ହୋଇଛି । ୫ଟି ଜରିଆରେ ଓଡ଼ିଶାର ବିକାଶ ଧାରା ଆହୁରି ଉଜ୍ଜ୍ବଳ ହୋଇଛି । ସାଧାରଣ ଲୋକ, ଚାଷୀ, ମାଆମାନେ ବିକାଶର ସହଭାଗୀ ହୋଇଛନ୍ତି । ପ୍ରକଳ୍ପ ପାଇଁ ସଜ୍ଜନ ଜିନ୍ଦଲଙ୍କୁ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । ଆଗାମୀ ଦଶକ ଓଡ଼ିଶା ଓ ଓଡ଼ିଆଙ୍କର ଦଶକ ବୋଲି କହିଛନ୍ତି JSW ଅଧ୍ୟକ୍ଷ ।