ସ୍ମାର୍ଟ ସ୍ୱାସ୍ଥ୍ୟସେବାରେ ଯୋଡ଼ି ହେଲା ସୋନପୁର, ଜିଲ୍ଲାକୁ ୩୦୦ କୋଟିର ଭେଟି ଦେଲେ ମୁଖ୍ଯମନ୍ତ୍ରୀ

ସୁବର୍ଣ୍ଣପୁର(କେନ୍ଯୁଜ୍): ସ୍ମାର୍ଟ ସ୍ୱାସ୍ଥ୍ୟସେବାରେ ଯୋଡ଼ି ହେଲା ସୋନପୁର । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ କାର୍ଡ ବଣ୍ଟନର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ । ଆଜି ଭିଡିଓ କନଫରେନ୍ସିଂରେ ସୋନୁପରବାସୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ମାର୍ଟ କାର୍ଡ ବଣ୍ଟନର ଶୁଭାରମ୍ଭ କରିଛନ୍ତି । ଏହାଦ୍ୱାରା ଉପକୃତ ହେବେ ଜିଲ୍ଲାର ୧ଲକ୍ଷ ୫୩ ହଜାର ୯୦୨ ଜଣ ଲୋକ । ଏଥିସହ ମୁଖ୍ୟମନ୍ତ୍ରୀ ସୋନୁପର ଜିଲ୍ଲାକୁ ୩୦୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପ ଭେଟି ଦେଇଛନ୍ତି ।

ଏହି ଅବସରେ ମୁଖ୍ୟମନ୍ତ୍ରୀ କହିଛନ୍ତି ‘ସୋନପୁରର ବିକାଶ ପାଇଁ ଆମେ କାମ କରୁଛୁ । ‘ଜଳସେଚନ ଓ ସ୍ୱାସ୍ଥ୍ୟସେବାର ବିକାଶ ପାଇଁ ମଧ୍ୟ କାମ କରାଯାଉଛି । ‘ରାଜ୍ୟରେ BSKY ସ୍ମାର୍ଟ କାର୍ଡ ଗରିବ ଲୋକଙ୍କ ଦୁଃଖ ଦୂର କରିବ । ‘ଚାଷୀ ହେଉ କି ରିକ୍ସାବାଲା ମୋ ପାଇଁ ପ୍ରତିଟି ଜୀବନ ମୂଲ୍ୟବାନ ବୋଲି ନବୀନ କହିଛନ୍ତି ।

ରାଜ୍ୟର ୯୬ ଲକ୍ଷ ପରିବାରକୁ ମିଳିବ ସ୍ମାର୍ଟକାର୍ଡ ମିିଳିବ । ବର୍ତ୍ତମାନ ସୁଦ୍ଧା ସ୍ମାର୍ଟ ହେଲ୍‌ଥ କାର୍ଡରେ ରାଜ୍ୟରେ ସୋନପୁର ସହ ୧୮ଟି ଜିଲ୍ଲାର ଜନସାଧାରଣ ଯୋଡ଼ି ହୋଇ ସାରିଛନ୍ତି । କାର୍ଡରେ ମହିଳାଙ୍କ ପାଇଁ ୧୦ ଲକ୍ଷ ଓ ପୁରୁଷଙ୍କ ପାଇଁ ୫ ଲକ୍ଷ ଟଙ୍କାର ବୀମା ରାଶି ରହିଛି ।

Leave A Reply

Your email address will not be published.