ଭୁବନେଶ୍ବର(କେନ୍ଯୁଜ୍) : ବନ୍ୟା ସ୍ଥିତି ଅନୁଧ୍ୟାନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରଭାବିତ ଗଞ୍ଜାମ, ଗଜପତି ଓ ରାୟଗଡ଼ା ଜିଲ୍ଲାରେ ଆଜି ଆକାଶମାର୍ଗରୁ ସ୍ଥିତି ଅନୁଧ୍ୟାନ କରିବେ ମୁଖ୍ୟମନ୍ତ୍ରୀ । ଗତକାଲି ୩ଟି ଜିଲ୍ଲାର ସ୍ଥିତି ଅନୁଧ୍ୟାନ କରିଥିଲେ । ସେଠାକାର ଜିଲ୍ଲାପାଳମାନଙ୍କ ସହ ଭିଡିଓ କନଫରେନ୍ସିଂରେ କଥା ହୋଇଥିଲେ ମୁଖ୍ୟମନ୍ତ୍ରୀ । ଅନ୍ୟପଟେ କନ୍ଧମାଳ ଯାଇ ସ୍ଥିତି ଅନୁଧ୍ୟାନ କରିବାକୁ ମନ୍ତ୍ରୀ ଶଶିଭୂଷଣ ବେହେରା ଓ ରମେଶ ମାଝୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ରିଲିଫ୍ ଓ ଉଦ୍ଧାର କାର୍ଯ୍ଯ ସେମାନେ ତଦାରଖ କରିବେ ।
ସେହିପରି ତିତ୍ଲି ପାଇଁ ଗଠନ ହୋଇଛି ତିନି ଜଣିଆ ମନ୍ତ୍ରିସ୍ତରୀୟ କମିଟି । ଏହି କମିଟି ଆଜିଠାରୁ ବାତ୍ୟା ଓ ବନ୍ୟା ପ୍ରଭାବିତ ଅଞ୍ଚଳ ଗସ୍ତ କରିବେ । ରାଜସ୍ୱ ମନ୍ତ୍ରୀ ମହେଶ୍ୱର ମହାନ୍ତି, ଜଳସମ୍ପଦ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଓ ଶକ୍ତି ମନ୍ତ୍ରୀ ସୁଶାନ୍ତ ସିଂଙ୍କୁ ନେଇ ଗଠିତ କମିଟି ପ୍ରଭାବିତ ଜିଲ୍ଲାରେ ପୁନରୁଦ୍ଧାର ଓ ରିଲିଫ କାମର ପରିଚାଳନାର ଅନୁଧ୍ୟାନ କରିବେ ।